ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

0 205

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୫୯ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ପରିଷଦର ସହଯୋଗରେ ଆୟୋଜିତ ହୋଇଥିବା ଏହି ସାରସ୍ୱତ ସମାରୋହରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥି ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଗଙ୍ଗାଧରଙ୍କ ସ୍ମୃତି ଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାହିତ୍ୟିକ ସମ୍ମାନିତ ବକ୍ତା ଭାବରେ ମନୋଜ ପଣ୍ଡା ଓ ମୁଖ୍ୟ ବକ୍ତା ଭାବରେ ଅଖିଳ ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ । ସମ୍ମାନୀତ ଅତିଥିଭାବେ ଡ. ଦେବାଶିଷ ପାଣ୍ଡିଆ, ଆର୍ତ୍ତତ୍ରାଣ ବାବୁ ମଞ୍ଚାସିନ ଥିଲେ । ଗଙ୍ଗାଧରଙ୍କ ଲେଖନିରୁ ନିଶୃତ କବିତା ଆଜି ସାରା ଓଡିଆ ଜାତିର ଟେକ ରଖିଛି ବୋଲି ଅତିଥିମାନେ ମତ ରଖିଥିଲେ । ଗଙ୍ଗାଧର ମେହେର ଜଣେ ଅଦ୍ୱିତୀୟ ସାହିତ୍ୟ ସାଧକ ଥିଲେ ବୋଲି ଆଲୋଚନା ହୋଇଥିଲା । ଏହି ଅବସରରେ କବି ଆର୍ତ୍ତତ୍ରାଣ ବାବୁଙ୍କ ଦ୍ୱାରା ଲିଖିତ ରୁଷିକବି ଗଙ୍ଗାଧର ନାମକ ପୁସ୍ତକର ଉନ୍ମୋଚନ କରାଯାଇଥିଲା । ଅନୁଷ୍ଠାନର ସଭାପତି ନାଟ୍ୟଶ୍ରୀ ଗଦାଧର ବାରିକଙ୍କ ଦ୍ୱାରା ସଭା ପରିଚାଳନା ହୋଇଥିବା ସଭାରେ କବି ତଥା ଅଧ୍ୟାପକ ଡ. ସୌରଭ ରଞ୍ଜନ ଖମାରୀ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବାବେଳେ ଡ. ପରୁଷୋତ୍ତମ ମିଶ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଶେଷରେ କବି ଲକ୍ଷ୍ମିନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସମାରୋହରେ କବି ପ୍ରଦ୍ୟୁମ୍ନ ସାହୁ, ଅମ୍ବୁଜ ବିହାରୀ ଶତପଥି, ଅଦୈତ୍ୱ ପଣ୍ଡା, ଖିରୋଦ ବିହାରୀ ବିଶ୍ୱାଳ, ବେଣୁଧର ପ୍ରଧାନ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ ।

hiranchal ad1
Leave A Reply

Your email address will not be published.

3 × five =