ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ

0 74

ଦେବଗଡ :ବୁଧବାର ଦେବଗଡ ଜିଲ୍ଲା ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଚଳିତ ୨୦୨୧-୨୨ ବର୍ଷ ପାଇଁ ଖରିଫ ଧାନ ସଂଗ୍ରହ ନେଇ ଆଲୋଚନା କରାଯାଇଥିଲା । ଚଳିତ ବର୍ଷ ଜିଲ୍ଲାର ସମସ୍ତ ତିନୋଟି ବ୍ଲକ ଓ ଦେବଗଡ ପୌର ପରିଷଦ ଅଞ୍ଚଳରେ ୨୯ଟି ସେବା ସମବାୟ ସମିତି ମାଧ୍ୟମରେ ୪୦ଟି ଧାନ ସଂଗ୍ରହ କେନ୍ଦ୍ରରେ ଧାନ କିଣାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଧାନ କିଣା ସମୟରେ ଚାଷୀମାନେ ସ୍ୱଚ୍ଛ, ଶୁଖିଲା ଏଫଏକ୍ୟୁ ମାନର ଧାନ ବିକ୍ରୟ କେନ୍ଦ୍ରକୁ ଆଣିବାପାଇଁ ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ଡିସେମ୍ବର ମାସ ୧୭ ତାରିଖଠାରୁ ତିଲେଇବଣୀ ବ୍ଲକରେ ଧାନ କିଣା ଶୁଭାରମ୍ଭ କରାଯିବ । ସେହିଭଳି ଡିସେମ୍ବର ୨୨ ତାରିଖରେ ବାରକୋଟ ବ୍ଲକ ଓ ୨୪ ତାରିଖରେ ରିଆମାଳ ବ୍ଲକ ଅଞ୍ଚଳରେ ଧାନ କିଣା ଆରମ୍ଭ ହେବ । ଚଳିତ ବର୍ଷ ସମଗ୍ର ଜିଲ୍ଲାରେ ମୋଟ ୧୯,୦୪୦ ଜଣ ଚାଷୀ ଧାନ ବିକ୍ରି ପାଇଁ ଅନଲାଇନ୍‌ ଜରିଆରେ ରେଜିଷ୍ର୍ଟ୍ରେସନ କରିଛନ୍ତି । ଚଳିତବର୍ଷ ଦେବଗଡ ଜିଲ୍ଲା ରେ ୩୨,୩୪୯ହେକ୍ଟର ଚାଷ ଜମିରେ ଧାନଚାଷ କରାଯାଇଥିବା ବେଳେ ଏଥିରୁ ୯,୮୧,୬୯୮ ୯୮ କୁଇଣ୍ଟାଲ ଧାନ ଅମଳ ହେବା ଆଶା ରଖାଯାଇଛି ।

hiranchal ad1
Leave A Reply

Your email address will not be published.

6 + seventeen =