ପରଳାଖେମୁଣ୍ଡି : ଜାତୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସର ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଭୁବନେଶ୍ୱର ମାଲିପଡା ସ୍ଥିତ ଶ୍ରୀ କ୍ରିଷ୍ଣା ଇଣ୍ଟରନ୍ୟାସ୍ନାଲ ସ୍କୁଲଠାରେ ୨୭ ଓ ୨୮ ନଭେମ୍ବରରେ ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଗଜପତିରୁ ତିନୋଟି ପ୍ରକଳ୍ପ ଅଂଶ ଗ୍ରହଣ କରିଥିଲା । ସେଥିରୁ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଦୁଇ ଜଣ ଅଷ୍ଟମ ଶ୍ରେଣୀର ଛାତ୍ର ଶ୍ରୀମାନ ସୁଧାକର ପଣ୍ଡା ଓ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଦ୍ୱାରା ପ୍ରସ୍ତୁତ ପ୍ରକଳ୍ପ ଦିଲ୍ଲୀଠାରେ ହେବାକୁ ଥିବା ଜାତୀୟ ସ୍ତର ପ୍ରତିଯୋଗିତାରେ ଭାଗ ନେବା ପାଇଁ ମନୋନୀତ ହୋଇଛି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବୈଜ୍ଞାନିକ ଓ ପରିବେଶବିତ୍ ଜୟକୃଷ୍ଣ ମହାପାତ୍ର ଯୋଗ ଦେଇ ଓଡ଼ିଶାର ୧୬୩ ଜଣଙ୍କ ମଧ୍ୟରୁ ୨୬ଜଣ ଚୟନିତ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ ।
ଶିଶୁ ମନ୍ଦିର ଛାତ୍ରଙ୍କ ଏଇ ସଫଳତାରେ ଜିଲ୍ଲା ଶୈକ୍ଷିକ ସଂଯୋଜକ ବିନୋଦ ଚନ୍ଦ୍ର ଜେନା ଓ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ ପଟ୍ଟନାୟକ ଅଭିନନ୍ଦନ ଜଣାଇବା ସହ ଜାତୀୟସ୍ତରରେ ମଧ୍ୟ ସଫଳତା କାମନା କରିଛନ୍ତି ।
ଏହି ପ୍ରକଳ୍ପ ପ୍ରସ୍ତୁତିରେ ସହଯୋଗ କରିଥିଲେ ଅନୁଷ୍ଠାନର ବିଜ୍ଞାନ ଶିକ୍ଷକ ଦେବୀ ପ୍ରସାଦ ପଟ୍ଟନାୟକ ଓ ଶ୍ରୀମତୀ ଶ୍ରଦ୍ଧାମୟୀ ପାଢ଼ୀ । ଅନୁଷ୍ଠାନର ପରିଚାଳନା ସମିତିର ସମସ୍ତ ସଦସ୍ୟ ଓ ଗୁରୁଜୀ ଗୁରୁମା ଶୁଭେଚ୍ଛା ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post