ପୁଣି ଚର୍ଚ୍ଚାରେ ନୟାଗଡ : କେବଳ କାଗଜପତ୍ରରେ ସୀମିତ ବେଟି ପଢାଓ ବେଟି ବଢାଓ

0 173

ଦଶପଲ୍ଲା : ଦୁହିତା ଦୁଇ କୁଳକୁ ହିତା । ଏ କଥା ନୟାଗଡ଼ ଜିଲ୍ଲା ବାସୀଙ୍କ ହେହରେ ଯାଉନି । ନୟାଗଡ ଜିଲ୍ଲା ବାସୀଙ୍କୁ ବିଷ ପାଲଟିଛି ଝିଅ । ସାରା ଦେଶରେ କନ୍ୟାଭୃଣ ହତ୍ୟା ପାଇଁ ଚର୍ଚ୍ଚାରେ ଥିବା ନୟାଗଡ ଏବେ ପୁଣି ଚର୍ଚ୍ଚାରେ । ୧୯୯୧ ମସିହାଠାରୁ ୨୦୨୦ ମସିହା ଯାଏଁ ମିଳିଥିବା ସରକାରୀ ତଥ୍ୟରୁ ଏହା ବାରି ହୋଇପଡୁଛି । ଜିଲ୍ଲାରେ ଦିନକୁ ଦିନ ଝିଅ ସଂଖ୍ୟା ହ୍ରାସ ପାଉଛି । ନୟାଗଡ ଜିଲ୍ଲାରେ ୧୯୯୧ ଜନଗଣନା ଅନୁସାରେ ୧ ହଜାର ପୁଅରେ ୯୫୦ ଝିଅ ଥିବା ବେଳେ ୨୦୦୧ ଜନଗଣନାରେ ୧ ହଜାର ପୁଅରେ ୯୦୪ ଝିଅ ଏବଂ ୨୦୧୧ ଜନଗଣନା ଅନୁସାରେ ୧ହଜାର ପୁଅରେ ୮୫୫ ଝିଅ ଥିଲେ । ମାତ୍ର ୨୦୨୦ ମସିହାରେ ୧ ହଜାର ପୁଅରେ ୮୪୧ ଝିଅ ଜନ୍ମ ନେଉଥିବା ଜଣାପଡିଛି । ବିଗତ ୫ ବର୍ଷର ତଥ୍ୟକୁ ଦେଇଥିଲେ ୨୦୨୦ ମସିହାରେ ଝିଅ ସଂଖ୍ୟା ଅନୁପାତ ବୃଦ୍ଧି ପାଇଛି । ୨୦୧୫ ମସିହାରେ ଏକ ହଜାର ପୁଅରେ ୮୫୯ ଝିଅ ଜନ୍ମ ନେଇଥିବା ବେଳେ ୨୦୧୬ ମସିହାରେ ୮୯୦, ୨୦୧୭ ମସିହାରେ ୮୧୧, ୨୦୧୮ ମସିହାରେ ୮୩୩, ୨୦୧୯ ମସିହାରେ ୮୪୦ଟି ଝିଅ ଜନ୍ମ ହୋଇଥିବା ଜଣାଯାଇଛି । ପୁଅଙ୍କ ଅନୁପାତରେ ଝିଅର ସଂଖ୍ୟା କମ ହେବା ପଛରେ, ଜିଲ୍ଲାରେ କନ୍ୟାଭୃଣ ହତ୍ୟା ଏକ ମାତ୍ର କାରଣ ବୋଲି ଜଣାଯାଇଛି । ଏଥିପାଇଁ ପ୍ରଣିତ ନୀତି ନିୟମ କେବଳ ଫାଇଲ ଭିତରେ ବନ୍ଧା ହୋଇ ରହିଛି । କେତେକ ଘରୋଇ କ୍ଲିନିକରେ ଲିଙ୍ଗ ନିରୂପଣ କରାଯାଏ ନାହିଁ ବୋଲି ଲେଖା ଯାଇଥିଲାବେଳେ ପରୋକ୍ଷରେ ଲିଙ୍ଗ ନିରୁପଣ କରାଯିବା ପାଇଁ ଇସେରା ଦିଆଯାଉଛି । ଏହାକୁ ରୋକିବା ପାଇଁ ପ୍ରଶାସନିକ ମହଲରେ ସେମିତି କଠୋର ମନୋଭାବ ପୋଷଣ କରାଯାଉନାହିଁ । କଟକଣା ପାଇଁ ଯେଉଁ ବୈଠକ ବସୁଛି କେବଳ ସେହି ଚିରାଚରିତ ଢଙ୍ଗରେ ଆଲୋଚନା ହେଉଛି । ଏହି ନିର୍ଦ୍ଦେଶନୁସାରେ, ପ୍ରତ୍ୟେକ ବିଭାଗର ଜଣେ ନୋଡାଲ ଅଫିସର ଦାୟିତ୍ୱରେ ରହିବା କଥା, ଯିଏକି ସବୁବେଳେ କନ୍ୟାôରତଙ୍କ ପାଇଁ ଚିନ୍ତା କରିବେ ବୋଲି କଳନା କରାଯାଇଥିଲା । ମାତ୍ର ଦୁଭାର୍ଗ୍ୟର ବିଷୟ ନୟାଗଡ ଜିଲ୍ଲାରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ବ୍ୟତିତ କେହି ଏହି ନିର୍ଦ୍ଦେଶକୁ ମାନିଲେ ନାହିଁ କିମ୍ବା ନୋଡାଲ ଅଫିସର ଭାବେ କାହାକୁ ଦାୟିତ୍ୱ ଦେଲେ ନାହିଁ । ଫଳରେ ଝିଅକୁ ପଢାନ୍ତୁ ଝିଅକୁ ବଢାନ୍ତୁ, କେବଳ ପୋଷ୍ଟର ଓ ଜିଲ୍ଲା ପ୍ରଶାସନର ଫାଇଲରେ ବିଜ୍ଞାପନ ହୋଇ ଅଟକି ଯାଇଛି ।
ଅନ୍ୟପକ୍ଷେ ଥାନାୱାରୀ ଦେଖିବାକୁ ଗଲେ ଶରଣକୁଳ ଥାନାରେ ହଜାରେ ପୁଅରେ ୭୮୯ ଶିଶୁକନ୍ୟା ଥିଲାବେଳେ ନୟାଗଡ ସଦରଥାନା ଅଞ୍ଚଳରେ ହଜାରେ ପୁଅରେ ୮୨୧, ନୟାଗଡ ଟାଉନ ଥାନା ଅଞ୍ଚଳରେ ହଜାରେ ପୁଅରେ ୮୨୧, ଖଣ୍ଡପଡା ଥାନା ଅଞ୍ଚଳରେ ୮୩୭ , ଇଟାମାଟି ଥାନା ୮୪୪, ନୂଆଗାଁ ଥାନା ୮୬୭, ଫତେଗଡ ଥାନା ୮୬୯, ଗଣିଆ ଥାନା ୮୭୨, ରଣପୁର ଥାନା ୮୮୩, ଦଶପଲ୍ଲା ଥାନା ୮୯୭ ଓ ବାଣିଗୋଛା ଥାନା ଅଞ୍ଚଳରେ ୯୬୫ ଶିଶୁକନ୍ୟା ଅଛନ୍ତି ।

hiranchal ad1
Leave A Reply

Your email address will not be published.

nine + nineteen =