ଜାମ୍ମୁ କାଶ୍ମୀରରେ ଆତଙ୍କୀ ସଫେଇ ଅଭିଯାନ ଜାରି : ଚଳିତ ବର୍ଷ ମଲେଣି ୧୩୪, ୧୩୫ ଗିରଫ

0 58

ଶ୍ରୀନଗର : ଜାମ୍ମୁ କାଶ୍ମୀରର ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ବିରୋଧରେ ଅପରେସନ୍‌ ଅଲ୍‌ଆଉଟ୍‌ରେ ବହୁତ ସଫଳତା ପାଇଛନ୍ତି । କାଶ୍ମୀରରେ ସୈନିକମାନେ ଏ + ++ ବର୍ଗର ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ମିଶାଇ ବହୁ ବରିଷ୍ଠ ଆତଙ୍କବାଦୀ କମାଣ୍ଡୋଙ୍କୁ ହତ୍ୟା କରାଯାଇଛି । ଏହା ସହିତ ଆତଙ୍କବାଦୀଙ୍କ ଏକ ବଡ଼ ନେଟୱାର୍କ ମଧ୍ୟ ନଷ୍ଟ କରିଛି ଭାରତୀୟ ସେନା । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନ ଅଧିନ କାଶ୍ମୀର (ପିଏକେ)ରେ ଆତଙ୍କବାଦୀଙ୍କ ଲଞ୍ଚ ପ୍ୟାଡରେ ପ୍ରାୟ ୨୦୦-୨୫୦ ଆତଙ୍କବାଦୀ ଅଛନ୍ତି ଏବଂ ସେମାନେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି ।
ଚଳିତ ବର୍ଷ ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ଦ୍ୱାରା ୧୩୪ ଆତଙ୍କବାଦୀ ନିହତ ହୋଇଛନ୍ତି । କେନ୍ଦ୍ରଶାସିତ ଅଞ୍ଚଳରେ ୨୧୪ ଆତଙ୍କବାଦୀ ସକ୍ରିୟ ଅଛନ୍ତି, ଯେଉଁମାନଙ୍କ ଗିରଫ ପ୍ରକ୍ରିୟା ଜାରି ରହିଛି । ଏପର୍ଯ୍ୟନ୍ତ ସୁରକ୍ଷା ବାହିନୀ ୧୩୫ ଆତଙ୍କବାଦୀଙ୍କୁ ଗିରଫ କରିଛି । ଏଥି ସହିତ, ଚଳିତ ବର୍ଷ ଏପର୍ଯ୍ୟନ୍ତ ୭୯ଜଣ ଯୁବକ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଛନ୍ତି । ଗତ ବର୍ଷ ୧୬୬ ଯୁବକ ଆତଙ୍କବାଦୀ ଶିବିରରେ ଯୋଗ ଦେଇଥିଲେ । ଏହି ଅପରେସନ ସମୟରେ ଦୁଇଜଣ ଆତଙ୍କବାଦୀ ସୁରକ୍ଷା ବାହିନୀ ସମ୍ମୁଖରେ ଆତ୍ମସମର୍ପଣ କରିଥିଲେ ଏବଂ ଏକ ଡଜନରୁ ଅଧିକ ଯୁବକ ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତିି । ୨୦୨୧ ପରଠାରୁ ଜାମ୍ମୁ କାଶ୍ମୀରରେ ପଥର ଫିଙ୍ଗିବା ଭଳି ଘଟଣା ବହୁତ ହ୍ରାସ ଘଟିଛି ।

hiranchal ad1
Leave A Reply

Your email address will not be published.

17 + one =