ନବାଗତା ଛାତ୍ରୀଙ୍କ ସ୍ୱାଗତ ସମାରୋହ,ଶିବାନୀ ଓ ସ୍ମିତାରାଣୀ ହେଲେ ମିସ ଫ୍ରେସର

0 136

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟର ନବାଗତ ଛାତ୍ରୀଙ୍କ ପାଇଁ ଅନୁଷ୍ଠିତ ହୋଇଥିବା ସ୍ୱାଗତ ସମାରୋହ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସୁବର୍ଣପୁର ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେ ଯୋଗ ଦେଇ ଭଲ ପାଠ ପଢିବାକୁ ଓ ଜୀବନର ସବୁ ପରିସ୍ଥିତିର ମୁକାବିଲା ପାଇଁ ନିଜକୁ ଶାରୀରିକ ଓ ମାନସିକ ସ୍ତରରେ ଦୃଢ ରହିବାକୁ ପରାମର୍ଶ ଦେଇ ନିଜ କ୍ୟାରିୟର ଓ ଭବିଷ୍ୟତ ଉପରେ କେବେ ବି କମ୍ପ୍ରୋମାଇଜ୍‌ ନ କରିବାକୁ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏ ଅବସରରେ ଛାତ୍ରୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଖୁବ ସୁନ୍ଦର ଭାବେ ବହୁ ଉପାଦେୟ ମନ୍ତବ୍ୟ ଦେଇଥିଲେ । ସମ୍ମାନିତ ଅତିଥି ଭାବେ କଲେଜ ପରିଚାଳନା କମିଟି ସଭାପତି ତଥା ଏଡିଏମ ସୂର୍ଯ୍ୟ ନାରାୟଣ ଦାଶ ଯୋଗ ଦେଇ ଆଧୁନିକ ଯୁଗର ତାଳ ଦେଇ ଚାଲିବାକୁ ମନା ନାହିଁ ହେଲେ ଆମ ସଂସୃତି ପରମ୍ପରାକୁ ସମାଜ ପ୍ରତି ଥିବା ଆମ ଦାୟିତ୍ୱ କର୍ତ୍ତବ୍ୟକୁ କେବେ ଭୁଲି ଯିବା ଉଚିତ ନୁହେଁ ବୋଲି ମତ ରଖିଥିଲେ । ସ୍କିଲ ଡେଭଲପମେଣ୍ଟ ଉପରେ ବିଭିନ୍ନ ଟିପ୍ସ ପ୍ରଦାନ କରି ଫ୍ରେସର ବା ବିୟୁଟିକୁ ଶ୍ରୀକୃଷ୍ଣଙ୍କ କଳା, ସୌନ୍ଦର୍ଯ୍ୟତା ଏବଂ ଭକ୍ତି,ଶାନ୍ତି ଓ ପ୍ରେମ କଥାର ଅନେକ ଉଦାହରଣ ଦେଇଥିଲେ । ଡିଗ୍ରୀ କଲେଜ ଅଧ୍ୟକ୍ଷା ରିତା ରାଣୀ ପୂଝାରୀଙ୍କ ଅଧ୍ୟକ୍ଷତାରେ ଓ ଇଂରାଜୀ ଅଧ୍ୟାପକ ମଦନ ସୁନ୍ଦର କ୍ଷେତୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଓଡ଼ିଆ ଅଧ୍ୟାପିକା ପୂର୍ଣ୍ଣମା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଗୋଟାଏ ନବଜାତ ଶିଶୁ ଟିଏ ଜନ୍ମ ହେଲା ପରି ଫ୍ରେସରଙ୍କ ପାଇଁ ଆଜି କଲେଜ ସତମୁଖ ହୋଇଉଠିଛି ବୋଲି ଖୁବ ସୁନ୍ଦର ଶୈଳୀରେ ଶ୍ରୀମତୀ ମିଶ୍ର ଉପସ୍ଥାପନା କରିଥିଲେ । ଜ଼ିଲ୍ଲାପାଳ ଅବୋଲି ସୁନିଲ ନରୱଣେ ପ୍ରଥମେ ସରସ୍ୱତୀଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ କଲେଜ ଛାତ୍ରୀଙ୍କ ଦ୍ୱାରା ଜ଼ିଲ୍ଲାପାଳ ଓ ଏଡିଏମଙ୍କୁ କଲେଜ ଫାଟକରୁ ମଞ୍ଚ ଯାଏ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଛାତ୍ରୀ ଆଂଶିତା, ମମତା, ଲିଟେଶ୍ୱରୀ, ରିମି, ମୌସୁମୀ, ଦୟାମୟୀ, ଆକାଂକ୍ଷା, ରଚନା ଓ ସାଥିଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିବା ବେଳେ ଆଂଶିତକ୍ଷ, ଦୟାମୟୀ, ସ୍ୱପ୍ନକ୍ଷ, ପୂର୍ଣ୍ଣିମା, ସୋନିଆ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ । ଅଲ ରାଉଣ୍ଡ୍ସ ଟେଲେଣ୍ଟ ପ୍ରଦର୍ଶନକୁ ଦେଖି ବିଚାରକମାନେ ପ୍ରଥମ ବର୍ଷର ମିସ ଫ୍ରେସର ୨୦୨୦-୨୧ ପାଇଁ ଶିବାନୀ ପଣ୍ଡା, ଓ ମିସ ଦିବା ଭାବେ ପ୍ରିୟା ପ୍ରିୟଦର୍ଶନୀ ସାହୁଙ୍କୁ ଏବଂ ଦ୍ୱିତୀୟ ବର୍ଷର ମିସ ଫେସର ଭାବେ ଛାତ୍ରୀ ସ୍ମିତା ରାଣୀ ପଣ୍ଡା, ଓ ମିସ ଦିବା ଭାବେ ଗୀତାଞ୍ଜଳୀ ମାଝୀଙ୍କୁ ମନୋନୀତ କରିଥିଲେ । ଏହି ଚାରିଜଣ କୃତି ଟପ୍‌ ଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିବା ବେଳେ କଲେଜର ତୃତୀୟ ବର୍ଷ ପୁରାତନ ଛାତ୍ରୀଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

5 × 3 =