ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଝୁପୁଡିପଡାଠାରେ ଏକ ସରସ୍ୱତୀ ସଂସ୍କାର କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଏହାକୁ କ୍ଷେତ୍ରୀୟ ସଂଗଠନ ମନ୍ତ୍ରୀ ବିଦ୍ୟାଭରତୀ ପୂର୍ବ କ୍ଷେତ୍ର ମାନନୀୟ ଦିବାକର ଭୋଷ ଶୁଭ ଉଦଘାଟନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ବିଦ୍ୱତ ପରିଷଦ ପ୍ରାନ୍ତୀୟ ସଂଯୋଜକ ଅଶ୍ୱିନୀ କୁମାର ନାଏକ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଦକ୍ଷିଣ ପଶ୍ଚିମ ସମ୍ଭାଗ ସଂଯୋଜକ ଜିତେନ୍ଦ୍ର କୁମାର ପଣ୍ଡା, ଶିକ୍ଷା ବିକାଶ ଜ଼ିଲ୍ଲା ପ୍ରମୁଖ ପ୍ରଦୀପ ପୁରୋହିତ, ସ୍ୱଚ୍ଛ ଭାରତ ସଭାପତି ଲଷ୍ମୀ ନାରାୟଣ ମେହେର, ସମାଜସେବୀ ଇନ୍ଦୁମତୀ ପୁରୋହିତ, ପଦ୍ମାବତୀ ମେହେର, ଝୁପୁଡିପଡାର ବରିଷ୍ଠ ନାଗରିକ ରାମ ପ୍ରସାଦ ନନ୍ଦ, ଯୋଗ ଦେଇ ଭାରତୀୟ ସଂସୃତି ପରମ୍ପରାକୁ ପାଳନ କଲେ ଜୀବନ ସାର୍ଥକ ହେବ ବୋଲି ମତ ରଖିଥିଲେ । ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଦୟାନିଧି କରଣ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗୁରୁମା ସୌଭାଗ୍ୟ ମଞ୍ଜରୀ ମହାରଣା ସଭା ସଂଯୋଜନା କରିଥିଲେ । ଭୁବନେଶ୍ୱର ବିଦ୍ୟା ଭାରତୀ ଅଖିଳ ଭାରତୀ ଶିକ୍ଷା ସଂସ୍ଥାର କ୍ଷେତ୍ରୀୟ ସଂଗଠନ ମନ୍ତ୍ରୀ ମାନଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।