ସମ୍ବଲପୁରରେ ୧୨୭ ଜଣ ନୂଆ ପଜିଟିଭ ଚିହ୍ନଟ: ଲଗାୟତ ୪ର୍ଥ ଦିନ କରୋନା ଶତକ ଯୋଗୁଁ ସ୍ଥିତି ସଙ୍କଟାପନ୍ନ

0 115

ସମ୍ବଲପୁର : ପ୍ରଶାସନିକ ସୂଚନା ଅନୁସାରେ ବିଗତ ୨୪ଘଣ୍ଟା ମଧ୍ୟ ରେ ସମ୍ବଲପୁର ଜିଲ୍ଲାରେ ୧୨୭ଜଣ ନୂଆ ପଜିଟିଭ ଚିହ୍ନଟ କରାଯାଇଛି । ବିଗତ ୪ଦିନ ହେଲା ପ୍ରତିଦିନ ଶତାଧିକ କରୋନା ସଂକ୍ରମଣ ମାମଲା ଚିହ୍ନଟ ହେଲା ପରେ ଏଠାରେ ସ୍ଥିତି ସଙ୍କଟାପନ୍ନ ହୋଇପଡିଛି । ପୁଣି ପ୍ରତିଦିନ କେହି ନା କେହି ପରିଚିତ ବ୍ୟକ୍ତିଙ୍କ କରୋନା ଯୋଗୁଁ ମୃତ୍ୟୁ ଖବର ମିଳୁଛି ଓ ଗତକାଲି ବୁର୍ଲା ଭିମସାର କୋଭିଡ ହସ୍ପିଟାଲରେ ୨ଜଣଙ୍କ ମୃତ୍ୟୁ ହୋଇଛି । ଏହିପରି ୈନିକ ୩ରୁ ୪ ଜଣଙ୍କ ମୃତ୍ୟୁ ସତ୍ତ୍ୱେ ପ୍ରଶାସନ ପକ୍ଷରୁ ପ୍ରାପ୍ତ ମୃତ୍ୟୁ ସଂଖ୍ୟା ବିଗତ ସପ୍ତାହେ ହେଲା ଅପରିବର୍ତ୍ତିତ ହୋଇ ୧୬ ହିଁ ରହୁଛି । ଏଣୁ ପ୍ରଶାସନ ର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ଲାଗିରହିଛି । ଏପର୍ଯ୍ୟନ୍ତ ପ୍ରାପ୍ତ ତାଜା ସ୍ଥିତି ଅନୁସାରେ ଆଜିକାର ଚିହ୍ନଟଙ୍କୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୨୪୪ ରେ ଯାଇ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୩୧୫୬ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି ଓ ୧୬ ଜଣଙ୍କ ମୃତ୍ୟୁ ହୋଇଛି ତଥା ବାକି ୧୧୭୨ ଜଣ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସ୍ଥିତି ଏପରି ସଙ୍କଟାପନ୍ନ ହେଲାଣି ଯେ କୋଭିଡ ହସ୍ପିଟାଲରେ ରୋଗୀଙ୍କ ପାଇଁ ଶଯ୍ୟା ମିଳୁନାହିଁ, ଏଣୁ ଅନେକ ରୋଗୀ ଘରେ ରହି ଚିକିତ୍ସିତ ହେବାକୁ ବାଧ୍ୟ ଯାହାକି ସଂକ୍ରମଣ ବୃଦ୍ଧିରେ ସହାୟକ ହେଉଛି । ପ୍ରଶାସନ ଏଥିପାଇଁ ନିଜେ ଅସହାୟ ହୋଇ ପଡିଛି ଓ ମାତ୍ର ଲୋକ ଦେଖାଣିଆ ହିସାବରେ କିଛି ସଂକ୍ରମିତ ପଡାରେ ନିଷେଧାଦେଶ ଧାରା ୧୪୪ ଘୋଷଣା କରିବା ପରେ ହାତବାନ୍ଧି ବସିଛି । ଏହିକ୍ରମରେ ଗତକାଲି ୧୨ଟି ବିଭିନ୍ନ ସ୍ଥାନରେ ଧାରା ୧୪୪ ଲଗାଯାଇଛି ।

hiranchal ad1
Leave A Reply

Your email address will not be published.

sixteen + one =