କ୍ଷତି ପୂରଣ ଦାବିରେ ଶବରଖି ରାସ୍ତାରୋକ

0 185

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ସାଡିଙ୍ଗିଆ ଗ୍ରାମର ଅମିତ୍‌ ନାୟକଙ୍କୁ ଗଞ୍ଜେଇ ଚାଲାଣ ଅଭିଯୋଗରେ ଅବକାରୀ ବିଭାଗ ଅଟକ ରଖ୍‌ଥିବା ବେଳେ କୌଣସି କାରଣରୁ ଅମିତ୍‌ ଛାତରୁ ଡେଇଁ ଗୁରୁତର ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଆଜି ଫିରିଙ୍ଗିଆ ଥାନାର ପାଞ୍ଚଟି ଗ୍ରାମ ଏକତ୍ରିତ ହୋଇ କ୍ଷତିପୂରଣ ଦାବିରେ ଫୁଲବାଣୀ ବାଲିଗୁଡ଼ା ରାସ୍ତା ମାଶ୍ରିପଡାଠାରେ ଶବ ରଖି ରାସ୍ତା ଅବରୋଧ କରିଛନ୍ତି । କିଛି ସ୍ଥାନୀୟ ଲୋକେ ଅବକାରୀ ବିଭାଗର ବେପରୁଆ କାର୍ଯ୍ୟ ଯୋଗୁଁ ଅମିତର ମୃତ୍ୟୁ ହୋଇଥିବା କହିଛନ୍ତି ।

hiranchal ad1
Leave A Reply

Your email address will not be published.

five × 1 =