ଲୋକପ୍ରିୟତା ହରାଉଛି ମାଟିମୂର୍ତ୍ତି, ମାର୍କେଟରେ ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତିର ଚାହିଁଦା ଅଧିକ

0 102

ପାରଳାଖେମୁଣ୍ଡି : ଆଉ କିଛି ଦିନ ପରେ ଅଗ୍ରପୂଜା ଗଜାନନ ଗଣପତିଙ୍କ ପୂଜା ଆସୁଥିବା ବେଳେ ବର୍ତ୍ତମାନ ବଜାରରେ ମୂର୍ତ୍ତି ବିକ୍ରି ଆରମ୍ଭ ହୋଇ ଗଲାଣି । ଦୁଇ ବର୍ଷ କରୋନା କଟକଣା ଯୋଗୁଁ ଗଣେଶ ପୂଜା ନିରାଡମ୍ବର ଭାବରେ ପାଳନ କରାଯାଇଥିବା ବେଳେ ଏହି ବର୍ଷ ଲୋକଙ୍କ ମଧ୍ୟରେ ଗଣେଶ ପୂଜା ପାଇଁ ଉତ୍ସାହ ଦେଖିବାକୁ ମିଳିଛି । ପାରଳା ସହର ବର୍ତ୍ତମାନ ଠାରୁ ଗଣେଶ ପୂଜା ସକାଶେ ଚଳଚଞ୍ଚଳ ହୋଇ ଉଠିଲାଣି । ଆଉ କିଛି ଦିନ ପରେ ଗଣେଶ ପୂଜା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ସହରର ବିଭିନ୍ନ ସ୍ଥାନରେ ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତି ବିକ୍ରି ହେଉଥିବାର ଦେଖିବାକୁ ମିଳିଛି । ମାଟି ମୂର୍ତ୍ତି ଠାରୁ ଏହି ମୂର୍ତ୍ତି ଅତି ସୁନ୍ଦର,ନିଖୁଣ ହେବା ସହ ଶସ୍ତା ଓ ହାଲୁକା ହୋଇ ଥିବାରୁ ଲୋକଙ୍କୁ ଗୋଟିଏ ଜାଗାରୁ ଅନ୍ୟ ସ୍ଥାନକୁ ନେବାକୁ ସୁବିଧା ଓ ସହଜ ହୋଇ ଥିବାରୁ ଲୋକ ଏଥିପ୍ରତି ଆକୃଷ୍ଟ ହେଉଥିବାର ଦେଖିବାକୁ ମିଳିଛି । ଏହି ମୂର୍ତ୍ତି ପଡୋଶୀ ରାଜ୍ୟର ବିଭିନ୍ନ ଜାଗାରୁ ଆଣି ବ୍ୟବସାୟୀମାନେ ବିକ୍ରି କରୁଥିବାର ଦେଖିବାକୁ ମିଳିଛି । ଚଳିତ ବର୍ଷ ଦୁଇ ପଇସା ରୋଜଗାର କରିବା ଆଶାରେ ସହରର ବିଭିନ୍ନ ଛକ ଓ ଗଳିରେ ବିକ୍ରି କରୁଥିବାର ଦେଖିବାକୁ ମିଳିଛି । ପାରଳା ସହରରେ ଏବେବି ମୂର୍ତ୍ତି କାରିଗରମାନେ ନିଜର କୌଳିକ ବୃତ୍ତି ବଞ୍ଚାଇ ରଖିଛନ୍ତି । ମାଟି ମୂର୍ତ୍ତି କାରିଗର ମାନେ ମାଟି ମୂର୍ତ୍ତି ନିର୍ମାଣ ଚାଲୁ ରଖିଛନ୍ତି । ଆଧୁନିକତାରେ ହଜି ଯାଉଥିବା ମଣିଷ ମାଟି ମୂର୍ତ୍ତି ବଦଳରେ ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତିକୁ ଆକୃଷ୍ଟ ହେଉଛନ୍ତି । ସରକାରୀ ପ୍ରୋତ୍ସାହନ ଅଭାବରୁ ମାଟି ମୂର୍ତ୍ତିର କାରିଗର ନିଜର କୌଳିକ ବୃତ୍ତିକୁ ବଞ୍ଚାଇବା କଷ୍ଟ ସାଧ୍ୟ ହୋଇ ପଡ଼ିଛି । ସହରର କିଛି କାରିଗର ଗଣେଶ ପୂଜା ଆଗକୁ ଆସୁଥିବାରୁ ଦୁଇ ପଇସା ରୋଜଗାର କରିବା ଆଶାରେ ମାଟି ମୂର୍ତ୍ତି କରିବାରେ ଲାଗିପଡିଛନ୍ତି । ସମୟ ସହିତ ତାଳ ଦେଇ ଏହି କାରିଗରୀମାନେ ମଧ୍ୟ ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତି ନିର୍ମାଣ ସହ ବିକ୍ରି ବଟା ମଧ୍ୟ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

two + 17 =