ଟ୍ରାକ୍ଟର ତଳେ ଚାପି ହୋଇ ଡ୍ରାଇଭର ମୃତ

0 5,116

ବୌଦ୍ଧ – ବୌଦ୍ଧ ଥାନା ସରସରା ଗ୍ରାମ ପଂଚାୟତର ବଘାରପାଲି ନିକଟରେ ଏକ ଟ୍ରାକ୍ଟର ରାସ୍ତା ତଳକୁ ଖସି ଓଲଟି ପଡ଼ିବାରୁ ଡ୍ରାଇଭର ଟ୍ରାକ୍ଟର ତଳେ ଚାପି ହୋଇ ମ୍ରୁତ୍ୟୁ ବରଣ କରିଥିବା ସୂଚନା ମିଳିଛି l ଗତ ରାତି ପ୍ରାୟ 12 ଘଣ୍ଟା ସମୟରେ ବାଲି ଆଣିବା ପାଇଁ ଟ୍ରାକ୍ଟର ନେଇ ଡ୍ରାଇଭର ସରସରା – ବଘାର ପାଲି ଅଣ ଓସାରିଆ କଚା ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ପୋଲ ନିକଟରେ ରାସ୍ତା ତଳକୁ ଖସି ଓଲଟି ପଡିଥିଲା l ଫଳରେ ଡ୍ରାଇଭର ଉପରେ ଟ୍ରାକ୍ଟର ମୁଣ୍ଡଟି ଚାପି ହୋଇ ଯାଇଥିଲା l

hiring

ରାତି ଅଧିକ ହୋଇଥିବାରୁ ରାସ୍ତା ଶୁନଶାନ୍ ଥିବାରୁ କେହି ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ପାରିନଥିଲେ ଓ ଡ୍ରାଇଭର ରାତିତମାମ୍ ଛଟପଟ ହୋଇ ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି l ଡ୍ରାଇଭରଙ୍କ ନାମ ଜଣା ପଡି ନାହିଁ କିନ୍ତୁ ତାଂକର ଘର ଲଇଗାଆଁ ବୋଲି ଜଣାପଡିଛି l ସେ ବାମଣ୍ଡାରେ ଜଣେ ଟ୍ରାକ୍ଟର ମାଲିକଙ୍କ ଗାଡ଼ି ଚଳାଉଥିଲେ l ଗାଡ଼ିର ଆଗ ପଛ କୌଣସି ସ୍ଥାନରେ ନମ୍ବର୍ ଲେଖାଯାଇ ନଥିବାରୁ ପଂଜିକରଣ ନମ୍ବର୍ ଜଣାପଡି ନାହିଁ l ବିପଦଜନକ ଭାବରେ ସାରା ରାତି ମହାନଦୀର ବିଭିନ୍ନ ଘାଟରୁ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇ ଆସୁଥିଲା l ଆଜିର ଦୁର୍ଘଟଣା ପରେ ପ୍ରଶାସନ ଚେତିବା ଆବଶ୍ୟକ ବୋଲି ଜନସାଧାରଣରେ ମତପ୍ରକାଶ ପାଉଛି l

hiranchal ad1
Leave A Reply

Your email address will not be published.

three × three =