ଗ୍ରାମର ସବୁ ନଳକୂଅ ଅଚଳ, ପାଣି ପାଇଁ ଲୋକେ ଡହଳବିକଳ

0 273

ବୌଦ୍ଧ,: ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ବରଗୋଚ୍ଛା ପଞ୍ଚାୟତ ଅନ୍ତର୍ଗତ ମଲ୍ଲିକପଡା ଗ୍ରାମରେ ସପ୍ତାହେ ହେଲା ସମସ୍ତ ନଳକୂଅ ଅଚଳ ହୋଇଯାଇଥିବା ସୂଚନା ମିଳିଛି । ମଲ୍ଲିକପଡାର ବହିରାସାହି, ହରିଜନପଡା ଓ କନ୍ଧପଡାରେ ଗୋଟିଏ ଲେଖାଏଁ ମୋଟ ୩ଗୋଟି ନଳକୂଅ ରହିଛି । ଗତ ସପ୍ତାହେ ହେଲା ଗୋଟିଏ ପରେ ଗୋଟିଏ ହୋଇ ସମସ୍ତ ୩ଟି ନଳକୂଅ ଖରାପ ହୋଇଯିବାରୁ ଗ୍ରାମବାସୀ ପାଣିପାଇଁ ଡହଳବିକଳ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗ୍ରାମପଞ୍ଚାୟତ ଅଧୀନରେ କାମ କରୁଥିବା ନଳକୂପ ମେକାନିକ ଏସଇଏମ ମାନଙ୍କୁ ଗ୍ରାମବାସୀ ନଳକୂଅ ମରାମତି ପାଇଁ ବାରମ୍ବାର ଗୁହାରି କରୁଥିଲେ ମଧ୍ୟ ସେମାନେ ମରାମତି କରୁନଥିବା ଗ୍ରାମବାସୀ କହିଛନ୍ତି । ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ସମସ୍ତ ଜଳଉତ୍ସ ଶୁଖିଯାଇଥିବାରୁ ରୋଷେଇ ଓ ପିଇବାପାଣି ପାଇଁ ଲୋକେ ନଳକୂଅ ଗୁଡିକ ଉପରେ ନିର୍ଭର କରୁଥିବାରୁ ଲୋକେ ନାହିଁନଥିବା ଜଳକଷ୍ଟ ଭୋଗୁଛନ୍ତି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ନଳକୂପର ଯନ୍ତ୍ରପାତି ଗ୍ରାମପଞ୍ଚାୟତ କିଣିନଥିବାରୁ ନଳକୂପଗୁଡିକ ମରାମତି କରିବା ସମ୍ଭବପର ହେଉନାହିଁ । ଏ ଦିଗରେ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଦୃଷ୍ଟିଦେବାକୁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

twenty + 3 =