ପଜିଟିଭ ଚିହ୍ନିତ ପ୍ରସୂତୀଙ୍କୁ ବୁର୍ଲାରୁ ରାଉରକେଲା ପଠାଗଲା : ଚିକିତ୍ସାରତ ଡାକ୍ତର ଓ ନର୍ସଙ୍କୁ କ୍ୱାରେଣ୍ଟାଇନ ସହିତ ଭିମସାରରେ ତନାଘନା

0 88

ସମ୍ବଲପୁର: ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଜଣେ କରୋନା ପଜିଟିଭ ଚିହ୍ନଟ ହେଲାପରେ ତାଙ୍କର ଚିକିତ୍ସାରେ ନିୟୋଜିତ ୨ ଡାକ୍ତର, ୨ ସେବିକା ଓ ଜଣେ ଆଟେନଣ୍ଡାଣ୍ଟଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ଓ ତାଙ୍କର ବ୍ୟବହୃତ କକ୍ଷକୁ ବିଶୋଧିତ କରାଯାଇଛି । ଏବିଷୟରେ ସବୁ ବୁଝିଲା ପରେ ଜିଲ୍ଳାପାଳ ଶୁଭମ ସକ୍ସସେନାଙ୍କ ନିର୍ଦ୍ଦେଶକ୍ରମେ ରୋଗୀକୁ ଗତକାଲି ରାଉରକେଲା କୋଭିଡ ହସ୍ପିଟାଲ ପଠାଯାଇଛି । ଆମ ହସ୍ତଗତ ସୂଚନା ଅନୁସାରେ ୧୪ଦିନ ଆଇସୋଲେଶନରେ ରଖିବାପରେ ଜଣେ ଆସନ୍ନ ପ୍ରସବା ମହିଳାଙ୍କୁ ରାଉରକେଲା ଆଇଜିଏଚରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଅବସ୍ଥାରେ ଅବନତି ଆସିବାରୁ ତାଙ୍କୁ ସେଠାରୁ ଭିମସାରକୁ ଅଣାଯାଇଥିଲା । ସେଠାରୁ ଆଣିବା ସମୟରେ ସେ ଆମ୍ବୁଲାନ୍ସରେ ହିଁ ଶିଶୁଟିକୁ ଜନ୍ମ ଦେଇଥିଲେ । ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପ୍ରସୂତୀ ଓ ଶିଶୁକୁ ଅବିଳମ୍ବେ ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଭର୍ତ୍ତି କରିବା ସହିତ ଚିକିତ୍ସା ମଧ୍ୟ ଆରମ୍ଭ କରାଯାଇଥିଲା । ଶିଶୁ ଜନ୍ମ ପରେ କିନ୍ତୁ ପ୍ରସୂତୀଙ୍କ ଦେହରେ କରୋନା ଲକ୍ଷଣ ଦେଖାଯାଇଥିଲା ଓ ସ୍ୱାବ ପରୀକ୍ଷାରେ ମଧ୍ୟ ଏହା ପଜିଟିଭ ବାହାରିଲା । ଏହାପରେ ମାମଲାର ଗମ୍ଭୀରତାକୁ ଆଖିଆଗରେ ରଖି ରୋଗୀକୁ ସଙ୍ଗେ ସଙ୍ଗେ କୋଭିଡ ୱାର୍ଡକୁ ସ୍ଥାନାନ୍ତରିତ କରାଗଲା । ଇତିମଧ୍ୟରେ ପ୍ରାୟ ୨ଜଣ ଡାକ୍ତରଙ୍କ ସହିତ ୨ଜଣ ସେବିକା ଓ ଜଣେ ଆଟେନଣ୍ଡାଣ୍ଟ ତାଙ୍କ ସଂସ୍ପର୍ଶରେ ଆସି ଥିବାରୁ ସେମାନଙ୍କୁ ଅନୁଧ୍ୟାନ ପାଇଁ କ୍ୱାରେଣ୍ଟାଇନରେ ରଖାଯାଇଛି ଓ ଅନ୍ୟ ସମ୍ପର୍କ ସୂଚୀ ପ୍ରସ୍ତୁତ କରାଯାଉଛି । ଉକ୍ତ ବ୍ୟବହୃତ କକ୍ଷରେ ଅନ୍ୟ ୭ଜଣ ଗର୍ଭବତୀ ମହିଳା ଚିକିତ୍ସାରତ ଥିଲେ ଓ ଏହା ବ୍ୟତୀତ ସେମାନଙ୍କ ପରିବାର ବର୍ଗ, ଔଷଧ ଦୋକାନ, ଆହାର କେନ୍ଦ୍ର ସହିତ ଉକ୍ତ ବିଭାଗର ଅନ୍ୟ ବହୁଲୋକ ସେମାନଙ୍କ ସଂସ୍ପର୍ଶରେ ଆସିଥିଲେ ଓ ଏହିକ୍ରମରେ ସୂଚୀ ବହୁତ ଲମ୍ବା ହେବାର ଆଶଙ୍କା କରାଯାଉଛି । ଅନ୍ୟପଟେ ବର୍ତ୍ତମାନ କରୋନା ସଙ୍କଟ ପରିପ୍ରେକ୍ଷୀରେ ଭିମସାରରେ କୌଣସି ରୋଗୀ ଭର୍ତ୍ତି କରିବାପାଇଁ ବିଶେଷ ନିର୍ଦ୍ଦେଶିକା ରହିଛି କିନ୍ତୁ ଏହା ଏକ ଗମ୍ଭୀର ମାମଲା ହୋଇଥିବାରୁ ନବଜାତ ଶିଶୁ ଓ ପ୍ରସୂତୀଙ୍କ ଜୀବନ ରକ୍ଷାପାଇଁ ସେସବୁକୁ ଅଣଦେଖା କରାଯାଇଥିଲା ଓ ପରିଣାମ ଅଣାୟତ୍ତ ହୋଇଯାଇଥିଲା । ସେ ଯାହାହେଉ ଆଗାମୀ ଦିନରେ ଏପରି ଭୁଲର ପୁନରାବୃତ୍ତି ଯେପରି ନହେବ ସେଥିପ୍ରତି ଦୃଷ୍ଟି ଦେବାପାଇଁ କଡା ତାଗିଦ କରାଯାଇଛି । ବର୍ତ୍ତମାନ ଭିମସାରର କୋଭିଡ ବହିର୍ବିଭାଗ, ସ୍କ୍ରିନିଂକେନ୍ଦ୍ରରେ କାର୍ଯ୍ୟରତ ସବୁ କର୍ମଚାରୀଙ୍କୁ ପୁଣିଥରେ ପ୍ରଶିକ୍ଷଣ ଦେବାପାଇଁ ନିଷ୍ପତ୍ତି ହୋଇଛି ।

hiranchal ad1
Leave A Reply

Your email address will not be published.

seventeen − 4 =