ବୌଦ୍ଧ/ବାଉଁଶୁଣୀ,୧୪/୩ – ବୌଦ୍ଧ ବନଖଣ୍ଡ ମନମୁଣ୍ଡା ରେଞ୍ଜ ସୁବର୍ଣ୍ଣଗିରି ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇ ବନ୍ୟଜନ୍ତୁ ଶିକାର କରୁଥିବାବେଳେ ଦୁଇ ଅଭିଯୁକ୍ତଙ୍କୁ କାବୁକଲା ମନମୁଣ୍ଡା ବନବିଭାଗ। ସେମାନଙ୍କ ପାଖରୁ ଗୋଟିଏ ଦେଶୀ ବନ୍ଧୁକ ସହିତ ଗୁଳି, ବାରୁଦ,ଗୋଟିଏ ମଟର ସାଇକେଲ, ଦିଆସିଲ ଜବତ କରାଯାଇଛି। ଗିରଫ ଦୁଇ ବ୍ୟକ୍ତି ହେଲେ ସୁଦେଶ କହଁର ଏବଂ ବ୍ରଜେନ୍ଦ୍ର କହଁର । ସେମାନଙ୍କ ଘର କନ୍ଧମାଳ ଜିଲ୍ଲା ଗୁଛlପଡା ଥାନା ଅଂଚଳର ବୋଲି ଜଣାପଡିଛି। ସେମାନେ ଜଙ୍ଗଲର ଉପର ମୁଣ୍ଡରେ ନିଆଁ ଲଗାଇ ତଳେ ଶିକାର କରିବା ପାଇଁ ଯୋଜନା କରୁଥିଲେ ।ଏହି ସମୟରେ ମନମୁଣ୍ଡା ରେଞ୍ଜର ନାରାୟଣ ସ୍ବାଇଁଙ୍କ ନେତୃତ୍ୱରେ ଏକ ଟିମ କାବୁ କରିଥିଲା। ବାରମ୍ବାର ଜଙ୍ଗଲବିଭାଗ ଲୋକଙ୍କୁ ଡ଼ାକବାଜି ଯନ୍ତ୍ରରେ ମନା କଲେ ମଧ୍ୟ ଲୋକେ ନ ମାନି ଜଙ୍ଗଲରେ ନିଆଁ ଲଗାଇ ଦେଉଥିବା ସୁଚନା ମିଳୁଛି । ଗିରଫ ପରେ ତାଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ବୋୖଦ୍ଧ ବନଖଣ୍ଡ ସହକାରୀ ବନ ସଂରକ୍ଷକ ସୂଚନା ଦେଇଛନ୍ତି । ଅପର ପକ୍ଷରେ ନିରୀହ ଲୋକ ମାନଙ୍କ ବିରୋଧରେ ବନ ବିଭାଗ ଅଭିଯୋଗ ଆଣି ନିଜ ଦୋଷ ଦୁର୍ବଳତାକୁ ଘଣ୍ଟ ଘୋଡାଇବାର ଉଦ୍ୟମ କରୁଥିବା ଅଭିଜୁକ୍ତଙ୍କ ପରିବାର ସଦସ୍ୟ ଓ ବିଭିନ୍ନ ସଙ୍ଗଠନ ଦାବୀ କରିବା ଆରମ୍ଭ କଲେଣି l