ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚୋରାଚାଲାଣ : ଗଞ୍ଜେଇ ଜବତ, ଜଣେ ଚାଲାଣ କାରୀ ଗିରଫ

0 420

ବାଲିଗୁଡ଼ା: ତେଲ ଟ୍ୟାଙ୍କର ଟ୍ରକ୍ ରୁ ତିନି ବସ୍ତା ଗଞ୍ଜେଇ ଜବତ । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ବେରେଡ଼ାକିଆ ଛକରେ ଗାଡ଼ି ଯାଞ୍ଚ୍ ବେଳେ ଗଞ୍ଜେଇ ଜବତ କରିଛି ରାଇକିଆ ପୋଲିସ୍ ।
ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଅଢ଼େଇ ଲକ୍ଷ ରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ସୂଚନା ପ୍ରକାରେ OD O5 T 1177 ନମ୍ବର ଯୁକ୍ତ ଏକ ପେଟ୍ରୋଲିୟମ ତେଲ ଟ୍ୟାଙ୍କର ରାୟଗଡ଼ା ରେ ତେଲ ଅନଲୋଡ୍ କରି ଫେରିବା ସମୟରେ ପୁର୍ବ ପ୍ରସ୍ତୁତି ଅନୁଯାୟୀ ବାଲିଗୁଡ଼ା ଅଞ୍ଚଳରୁ ତିନି ବସ୍ତା ଗଞ୍ଜେଇ ଗାଡ଼ିରେ ଲୋଡ କରି ଖୋର୍ଦ୍ଧା ଅଭିମୁଖେ ଯାଉଥିଲା । ଗଞେଇ ଚୋରାଚାଲାଣ ହେଉଥିବା ନେଇ ପୋଲିସ ସୂଚନା ପାଇଥିଲା ଏବଂ ପୂର୍ବ ସୂଚନା ଅନୁଯାୟୀ ରାଇକିଆ ଥାନା ଅଧିକାରୀ ଅଲେଖ ଗରଡ଼ିଆ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଅଞ୍ଚଳରେ ପେଟ୍ରୋଲିଂ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିଥିଲେ । ବିଭିନ୍ନ ସ୍ଥାନରେ ନାକା କରି ଗାଡ଼ି ମୋଟର ଯାଞ୍ଚ୍ କଡ଼ାକଡ଼ି କରାଯାଇଥିଲା । ରାଇକିଆ ଥାନା ବେରେଡ଼ାକିଆ ନିକଟରେ ଗାଡ଼ି ମୋଟର ଯାଞ୍ଚ୍ ସମୟରେ ଉକ୍ତ ତେଲ ଟ୍ୟାଙ୍କର ଗାଡ଼ିର କ୍ୟାଭିନ୍ ସିଟ୍ ତଳୁ ତିନି ବସ୍ତା ଗଞ୍ଜେଇ ଜବତ କରିଛି ପୋଲିସ୍ ।

hiring

ଘଟଣାରେ ଗାଡ଼ିସହ ଚାଳକକୁ ଗିରଫ କରି କୋର୍ଟ ଚାଲାଣ କରିଛି ରାଇକିଆ ପୋଲିସ୍ । ଜବତ ଗଞେଇର ଓଜନ ୫୦ କେଜି ୬୪୦ ଗ୍ରାମ୍ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ଅଢ଼େଇ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ବାଲିଗୁଡ଼ା ଅଞ୍ଚଳରୁ ଖୋର୍ଦ୍ଧା ଜିଲ୍ଲା କୁ ଏହି ଗଞ୍ଜେଇ ଚୋରାଚାଲାଣ ହେଉଥିଲା ଏବଂ ଗିରଫ ଚାଲାଣକାରୀ ନୟାଗଡ଼ ଜିଲ୍ଲାର ଗୋଲକ ବିହାରୀ ଦାସ ହୋଇଥିବା ସୂଚନା ମିଳିଛି । ଗୋଟିଏ ପଟେ ମହାମାରୀ କରୋନା ମୁକାବିଲା ପାଇଁ ସରକାର ଆପ୍ରାଣ ଉଦ୍ୟମ ଚଳାଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ସଂକ୍ରମଣ ରୋକିବାକୁ ବିଭିନ୍ନ ପଦକ୍ଷେପ ନିଆଯାଉଛି ପ୍ରଶାସନ ପକ୍ଷରୁ । କିନ୍ତୁ କିଛି ହୀନ ମାନସିକ ଚିନ୍ତାଧାରାର ଲୋକେ ନିଜ ସ୍ୱାର୍ଥ ପାଇଁ ଏଭଳି କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି । ଅଞ୍ଚଳରେ ଗଞେଇ ଚୋରାଚାଲାଣ ଚଳାଇଥିବା ଗଞେଇ ମାଫିଆଙ୍କ ଉପରେ ପୋଲିସ୍ କଡ଼ା ନଜର ରଖିଛି ଏବଂ ଏମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ରାଇକିଆ ଥାନା ଅଧିକାରୀ ଅଲେଖ ଗରଡ଼ିଆ ।

hiranchal ad1
Leave A Reply

Your email address will not be published.

4 + eleven =