ଘୁ ଉଦୟଗିରି ସରକାରୀ ବାଳିକା ଉଚ୍ଚ ସ୍ମାର୍ଟ ବିଦ୍ୟାଳୟର ଭିଡିଓ କନଫେରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ

0 159

ଘୁ ଉଦୟଗିରି : ଘୁ ଉଦୟଗିରି ବିଜ୍ଞାପିତ ପରିଷଦରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ ସ୍କୁଲ ହେବା ପରେ ଆଜି ଏହାର ମୁଖ୍ୟମନ୍ତ୍ରୀ ଭିଡିଓ କନଫେରେନ୍ସ ମାଧ୍ୟମରେ ଉଦଘାଟନ କରିଥିଲେ । ଘୁ ଉଦୟଗିରି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲ ଘଷଣା କରାଯିବା ପରେ ଏହାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଭିଡିଓ କନଫେରେନ୍ସ ମାଧ୍ୟମରେ ଏହି ସ୍ମାର୍ଟ ସ୍କୁଲର ଶୁଭ ଉଦ୍ଘାଟନ କରିଥିବା ଦେଖିବାକୁ ମିଳିଛି । ଏହି ସ୍କୁଲରେ ସମୁଦାୟ ୨୩୬ ଜଣ ଛାତ୍ରୀ ପାଠ ପଢ଼ୁଥିବାବେଳେ ୬୧ ଜଣ ହଷ୍ଟେଲରେ ରହୁଛନ୍ତି ଓ ଅନ୍ୟମାନେ ଅଞ୍ଚଳରୁ ଯାଇ ପାଠ ପଢିବା ସହିତ ଏହି ସ୍ମାର୍ଟ ସ୍କୁଲରେ ୨ ଗୋଟି ଇ କ୍ଲାସ ରୁମ,ଏକ ଗୋଟି ଲାଇବ୍ରେରୀ ଯେଉଁଠାରେ ୫୦୦୦ରୁ ଅଧିକ ବହି ରହିଛି,ଏକ ଗୋଟି ମୋଡେନ ସାଇନ୍ସ ଲାଇବ୍ରେରୀ, ଏକ ଗୋଟି ଅଡିଟୋରିୟମ, ଆଇସିଟି ଲାବରେ ୧୨ ଗୋଟି କମ୍ପ୍ୟୁଟର ରଖାଯାଇଛି । ଏଥି ସହିତ ସୁନ୍ଦର ଶୌଚାଳୟ, ଖେଳାପଡ଼ିଆ,ବିଶୁଦ୍ଧ ପାନୀୟ ଜଳ ସହିତ ଚତୁପାଶ୍ୱର୍ ବିଭିନ୍ନ ସଚେତନ ଓ ପ୍ରେରଣ ଦାୟକ ଛବି ଆଙ୍କି ପରିସରକୁ ସୁନ୍ଦର କରାଯାଇଛି । ଘୁ ଉଦୟଗିରି ବ୍ଳକ ପାଇଁ ଏହା ପ୍ରଥମ ସ୍ମାର୍ଟ ସ୍କୁଲ ହୋଇଥିବାରୁ ଅଞ୍ଚଳରେ ଶିକ୍ଷାର ଉନ୍ନତି ହେବା ସହିତ ଛାତ୍ରୀଙ୍କ ମଧ୍ୟରେ ପାଠ ପଢିବା ପାଇଁ ଏକ ଭିନ୍ନ ପ୍ଲାଟଫୋର୍ମ ହେବ ବୋଲି ମତ ପ୍ରକାଶ କରିଛନ୍ତି । ଆଜି ଏହି ସ୍କୁଲକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏହାକୁ ଭିଡିଓ କନଫେରେନ୍ସ ମାଧ୍ୟମରେ ଉଦ୍ଘାଟନ କରିଥିବା ସୂଚନା ରହିଛି ।

hiranchal ad1
Leave A Reply

Your email address will not be published.

9 + 18 =