ବାଡ଼ାବଙ୍ଗା ସରପଞ୍ଚ ଓ ଗଦାପୁର ପଞ୍ଚାୟତ ୱାର୍ଡମେମ୍ବର ଉପନିର୍ବାଚନ ଶେଷ ୬୬.୨୩%ମତଦାନ

0 89


ଦାରିଙ୍ଗବାଡ଼ି,୨୩/୧୨: ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବାଡ଼ାବଙ୍ଗା ପଂଚାୟତର ସରପଞ୍ଚ ପଦବୀ ଓ ଗଦାପୁର ପଞ୍ଚାୟତର ୧୨ ନଂ ୱାର୍ଡମେମ୍ବର ନିମନ୍ତେ ମଙ୍ଗଳବାର ଦିନ ଉପନିର୍ବାଚନର ଭୋଟ ଗ୍ରହଣ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ ହୋଇଛି ।ବାଡ଼ାବାଙ୍ଗା ପଞ୍ଚାୟତ ଅନ୍ତର୍ଗତ ୧୫ଟି ୱାର୍ଡର ମୋଟ ୩୨୨୫ଜଣ ଭୋଟରଙ୍କ ମଧ୍ୟରୁ ୨୧୩୬ ଜଣ ଭୋଟର ୧୫ ଗୋଟି ପୋଲିଙ୍ଗ ବୁଥ ରେ ମତଦାନ ସାବ୍ୟସ୍ତ କରିଥିଲେ l ବାଡ଼ାବାଙ୍ଗା ସେବାଶ୍ରମ ବିଦ୍ୟାଳୟରେ ୪ ଗୋଟି ବୁଥରେ ଭୋଟ ଗ୍ରହଣ କରାଯାଇଥିବା ବେଳେ ଡିଡ୍ରବାଡ଼ି ବିଦ୍ୟାଳୟର ଗୋଟିଏ ,କଟାସିଂ ବିଦ୍ୟାଳୟରେ ୨ଟି,ସିକକେତା ବିଦ୍ୟାଳୟରେ ୩ଟି,ମଣ୍ଡବାଡ଼ି ବିଦ୍ୟାଳୟରେ ଗୋଟିଏ,ସିକନବାଡ଼ି ବିଦ୍ୟାଳୟରେ ୨ଟି,ଜଙ୍ଗଲଘର ବିଦ୍ୟାଳୟରେ ୨ଟି ବୁଥ ରେ ମତଦାନ ହୋଇଥିଲା l ଆଜି ସକାଳ ୭ଟାରୁ ୧୨ଟା ମଧ୍ୟରେ ଭୋଟରମାନେ ସେମାନଙ୍କ ମତଦାନ କରିଥିଲେ।ହାରାହାରି ଭାବେ ସେଠାରେ ୬୬.୨୩ ପ୍ରତିଶତ ଭୋଟ ଗ୍ରହଣ ହୋଇଥିଲା ।ସେହିପରି ଗଦାପୁର ପଞ୍ଚାୟତର ୧୨ ନଂ ୱାର୍ଡ ମେମ୍ବର ପାଇଁ ଉପନିର୍ବାଚନ ହୋଇଥିଲା । ଏହି ୱାର୍ଡରେ ୧୯୧ ଜଣ ଭୋଟର ଥିବା ବେଳେ ୧୨୩ ଜଣ ଭୋଟର ଭୋଟ ଦେଇଥିଲେ । ହାରାହାରି ଭାବେ ୬୪.୩୯ ପ୍ରତିଶତ ମତଦାନ ହୋଇଥିଲା ।ନିର୍ବାଚନ ଅଧିକାରୀ ଅଭିମନ୍ୟୁ ବେହେରା ଙ୍କ ତତ୍ୱବାଧାନ ରେ ଅନୁଷ୍ଠିତ ଏହି ଉପନିର୍ବାଚନ ବେଳେ ବିଭିନ୍ନ ମତଦାନ କେନ୍ଦ୍ରକୁ ଥାନା ଅଧିକାରୀ କୌଶିକ ମାଝୀ ଏବଂ ତହସିଲଦାର କଳାକୃଷ୍ଣ ପ୍ରଧାନ ଭ୍ରମଣ ପୂର୍ବକ ନିର୍ବାଚନ ତଦାରଖ କରିଥିଲା ବେଳେ ଥାନା ଅଧିକାରୀ ଙ୍କ ନେତୃତ୍ୱରେ ପୋଲିସ ବାହିନୀ ତରଫରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରା ଯାଇଥିଲା।ବାଡ଼ାବାଙ୍ଗାର ପୂର୍ବତନ ସରପଞ୍ଚ ଜଣକ ଆଶାକର୍ମୀ ଭାବେ ନିଯୁକ୍ତ ହେବା ପରେ ସେ ସରପଞ୍ଚ ପଦବୀରୁ ଇସ୍ତଫା ଦେଇଥିଲେ । ସେହିପରି ଗଦାପୁର ପଞ୍ଚାୟତର ୧୨ ନଂ ୱାର୍ଡମେମ୍ବର ଙ୍କ ମୃତ୍ୟୁ ଯୋଗୁଁ ଏହି ପଦବୀ ପାଇଁ ଉପନିର୍ବାଚନ ହୋଇଛି ।ପ୍ରକାଶ ଥାଉ କି, ଉକ୍ତ ଉପନିର୍ବାଚନରେ ବାଡ଼ାବାଙ୍ଗା ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ନିରୀକା ପ୍ରଧାନ ଓ ନିଲମ ମଳିକ ୨ ଜଣ ପ୍ରତିଦ୍ବନ୍ଦିତା କରିଥିଲା ବେଳେ ଉଭୟଙ୍କ ମଧ୍ୟରେ କଡ଼ା ଟକ୍କର ହେଉଥିବା ଦେଖିବାକୁ ମିଳିଥିଲା। ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଆଜି ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି l

hiranchal ad1
Leave A Reply

Your email address will not be published.

eighteen + 1 =