ବୌଦ୍ଧ,୨୧/୧ – ଆଜି ସକାଳ ପ୍ରାୟ 9 ଘଣ୍ଟା ସମୟରେ ମନମୁଣ୍ଡା – କଣ୍ଟାମାଳ ରାସ୍ତାର ଗୋପାଳ ମାଲ୍ ନିକଟରେ ଗୋଟିଏ ଯାତ୍ରୀବାହି ଅଟୋକୁ ହାଇୱା ଧକ୍କା ଦେବା ଫଳରେ ଅଟୋ ରେ ବସିଥିବା 3 ଜଣ ଯାତ୍ରୀ ମୃତ୍ୟୁ ବରଣ କରିଥିବା ବେଳେ ଅଟୋ ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଫଗୁନା ମାଲ୍ ଗ୍ରାମର ଅଟୋ (ଓଡ଼ି 31 ଏଫ 7726 ) ଚାଳକ ନିଜ ସମ୍ପର୍କୀୟ ଲୋକଙ୍କୁ ଧରି ମନମୁଣ୍ଡା ଦିଗକୁ ଆସୁଥିବା ବେଳେ ବିପରିତ ଦିଗରୁ ଆସୁଥିବା ଗୋଟିଏ ହାଇୱା ମୁହାଁମୁହିଁ ଧକ୍କା ଦେଇଥିଲା l ଫଳରେ 3 ଜଣ ଅଟୋ ଯାତ୍ରୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା | ଅଟୋ ଚାଳକ ଗୁରୁତର ଆହତ ଅବସ୍ଥାରେ ସୋନପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି | ଅଟୋ ଯାତ୍ରୀ ମାନଙ୍କ ଶରୀରରେ ବିଭିନ୍ନ ଅଂଗ ଇତସ୍ତତଃ ପଡି ଥିବାରୁ ଦୁର୍ଘଟଣା କେତେ ଭୟାନକ ହୋଇଛି ସହଜେ ଅନୁମେୟ l ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି l