ଭାରତୀୟ କିଷାନ ସଂଘ ତରଫରୁ କୃଷକ ସମାବେଶ

0 436

hiring

ବୌଦ୍ଧ,୨୧/୧- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ଧଳପୁର ପଂଚାୟତ ଖଣ୍ଡହତା ଠାରେ ଗତକାଲି ଭାରତୀୟ କିଷାନ ସଂଘ ଆନୁକୂଲ୍ୟରେ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି | କିସାନ ସଂଘର ସଭାପତି ସୂର୍ଯ୍ୟ ନାରାୟଣ ମହାପାତ୍ର ଓ ଚାଷୀ ନେତା ଇଂ . ବିକାଶ ମହାକୁଡ଼ ସଭାରେ ଯୋଗ ଦେଇଥିଲେ | 2015ମସିହା ଠାରୁ ଆଜିପର୍ଯ୍ୟନ୍ତ କୃଷକ ମାନଙ୍କର ସମସ୍ୟା ଗୁଡିକ ଆଲୋଚନା କରି ଯଥାଶୀଘ୍ର ସମସ୍ୟାର ସମାଧାନ ପ୍ରଶାସନ ନକଲେ ଆସନ୍ତା ଦିନରେ ଦୁର୍ବାର ଚାଷୀ ଆନ୍ଦୋଳନ କରିବାପାଇଁ ଚାଷୀ କୂଳ ନିଷ୍ପତି ନେଇଥିଲେ | ଗତ 2019ରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ କ୍ଷୟକ୍ଷତି ଧଳପୁର ରାଜସ୍ୱ ସର୍କଲର ଚାଷୀ ଆଜି ପର୍ଯ୍ୟନ୍ତ ସରକାରୀ ସହାୟତା ରୁ ବଞ୍ଚିତ l 2015 ମସିହାରୁ ବାରମ୍ବାର ପ୍ରାକୃତିକ ବିପର୍ଯୟ ହେତୁ ଚାଷୀର ଫସଲ ବହୁ ପରିମାଣରେ ନଷ୍ଟ ହେଉଛି | ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀ କୂଳ କୋଟିକୋଟି ଟଙ୍କା କମ୍ପାନୀକୁ ପ୍ରିମିୟମ ଆକାରରେ ଦେଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ବୀମା ଟଙ୍କା ପାଇପାରିନାହାନ୍ତି l ଧଳପୁର, ରାମଗଡ, ସାମ୍ପୋଚ ଠାରେ ତିନୋଟି ବୃହତ ଉଠାଜଳ ସେଚନ ପ୍ରକଳ୍ପ ସରକାରଙ୍କ କାଗଜ କଲମରେ ରହିଯାଇଛି l ଏପଟେ ମହାନଦୀ କୂଳରେ ଥାଇ ଚାଷୀ ପ୍ରତିବର୍ଷ ମରୁଡିର ସମୁଖୀନ ହେଉଛି l ବିଶୁଦ୍ଧ ଜଳ ଯୋଗାଇ ଦେବାର ସରକାର ପ୍ରତିଶୃତି ଦେଇ କାର୍ଯ୍ୟକାରୀ ନ କରିବା ହେତୁ ଏ ଅଞ୍ଚଳରେ 254 ଜଣ କିଡ଼ନୀ ରୋଗୀଙ୍କ ମଧ୍ୟରୁ 205 ଜଣଙ୍କ ମୃତ୍ୟୁ ହୋଇସାରିଛି l ବର୍ଷ ସାରା କଷ୍ଟ ଉପାର୍ଜିତ ଫସଲ ଧାନ ଚାଷୀ ମଣ୍ଡିକୁ ନେଲେ ଅତ୍ୟାଚାର ଓ ଶୋଷିତ ହେଉଛି l ଧାନ କୁଇଣ୍ଟାଲକୁ 3ରୁ 4କିଲୋ ଧାନ କାଟିବା ସହିତ ମିଲରମାନେ ଚାଷୀଙ୍କ ଅଖା ଫେରସ୍ତ କରୁନାହାନ୍ତି l ଏହି ସବୁ କାରଣରୁ ସ୍ପଷ୍ଟ ପ୍ରମାଣିତ ହେଉଛି ପ୍ରଶାସନ ର ଖାମଖିଆଲି ମନୋବୃତ୍ତି ଚାଷୀ କୂଳଙ୍କ ପ୍ରତି ରହିଛି | ଏଣୁ ଚାଷୀଙ୍କ ମିଳିତ ଆହ୍ୱାନ ହରଭଙ୍ଗା ବ୍ଲକର ଚାଷୀ ଭାଇଙ୍କ ଏହି ସବୁ ସମସ୍ୟାର ତୁରନ୍ତ ବିଚାର ନ କଲେ ସବୁ ଚାଷୀ ଭାଇ ରାଜରାସ୍ତା କୁ ଓଲ୍ହାଇ ଆନ୍ଦୋଳନ କରିବେ ବୋଲି ଦୃଢ଼ ଶପଥ ନେଇଥିବାର ସୂଚନା ମିଳୁଛି l

hiranchal ad1
Leave A Reply

Your email address will not be published.

2 × five =