ଶୁଭମ୍ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

0 813

ବୌଦ୍ଧ – ବୌଦ୍ଧ ବ୍ଲକ୍ ମୁଣ୍ଡିପଦର ଗ୍ରାମର ମହାଲିଙ୍ଗ ଖେଳ ପଡିଆରେ ଶୁଭମ୍ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇ ଯାଇଛି | ମୁଣ୍ଡି ପଦର ଗ୍ରାମ ପଞ୍ଚାୟତର ସରପଞ୍ଚ ଅନ୍ତର୍ଯାମୀ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦ୍ଘାଟନ କରିଥିଲେ | ଅନ୍ୟତମ ଅତିଥି ଭାବରେ ସମିତି ସଭ୍ୟ କଷ୍ଟେଶ୍ୱର ଦୀପ ଯୋଗ ଦେଇଥିଲେ | ପ୍ରଥମ ମ୍ୟାଚ୍ ଜାଲୋଇ ଓ ଗୁନ୍ଦୁଲିଆ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଓ ଜାଲୋଇ ଟିମ୍ ବିଜେତା ହୋଇଥିଲା | ଦ୍ବିତୀୟ ମ୍ୟାଚ୍ ମେହେର ସୁପର ଷ୍ଟାର୍ ଓ ମୁଣ୍ଡି ପଦର ମଧ୍ୟରେ ହୋଇଥିଲା ଓ ମେହେର ସୁପର ଷ୍ଟାର୍ ବିଜୟୀ ହୋଇଥିଲା | ତୃତୀୟ ମ୍ୟାଚ ଉଭୟ ବିଜେତା ଦଳ ମଧ୍ୟରେ ହୋଇଥିଲା ଓ ମେହେର ସୁପର ଷ୍ଟାର୍ କ୍ୱାର୍ଟର ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲା | ଖେଳ ପରିଚାଳନା କରିଥିଲେ ଧୀରେନ ପ୍ରଧାନ ଓ ଲୁଲା ମହାକୁଡ ପରିଚାଳନା କରିଥିଲେ |

hiranchal ad1
Leave A Reply

Your email address will not be published.

20 − 13 =