ବିଜୁ ଶିଶୁ ସୁରକ୍ଷା ଯୋଜନାରେ ବିବାହ ପ୍ରୋତ୍ସ ।ହନ ରାଶି ପ୍ରଦାନ

0 150

ପାରଳାଖେମୁଣ୍ଡି,୨୧/୧- ଗତ ୧୦୧୬ ମସିହାରେ ଜଣେ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ନାବାଳିକା ଜିଲ୍ଲା ପ୍ରଶାସନ ଦ୍ୱାରା ପରିଚାଳିତ ହେଉଥିବା ଶିଶୁଯତ୍ନ ଓ ସୁରକ୍ଷା ଅନୁଷ୍ଠାନରେ ରହି ଆସୁଥିଲେ । ଏହି ସମୟରେ ଆବଶ୍ୟକ ସହଯୋଗ ଜିଲ୍ଲା ପ୍ରଶାସନ ଯୋଗାଇ ଆସୁଥିଲା । ନାବାଳିକାଟିକୁ ୧୮ ବର୍ଷ ହେଲା ପରେ ଡିଡିୟୁଜିକେୱାଇ, କଟକରେ ଡାଟା ଏଣ୍ଟ୍ରି ଅପରେଟରର ପ୍ରଶିକ୍ଷଣ ନେବା ପାଇଁ ଜିଲ୍ଲା ପ୍ରଶାସନ ସୁପାରିଶ କରିଥିଲା । ପର ମୁହୂର୍ତ୍ତରେ ଯୁବତୀ ଜଣକ ହରିୟାନାରେ ଏକ ଘରୋଇ କମ୍ପାନୀରେ ୨୦୧୯ ରୁ ଡାଟା ଏଣ୍ଟ୍ରି ଭାବେ କାର୍ଯ୍ୟରତ ଥିଲେ । ଯୁବତୀଟିର କେବଳ ଏକକ ଅଭିଭାବକ ଥିଲେ । ଯୁବତୀ ଜଣକ ମୋହନା ପଞ୍ଚାୟତ ସମିତିର ଆଲିଙ୍ଗଣ୍ଡା ଗ୍ରାମରେ ତାଙ୍କ ବାପାଙ୍କ ପାଖରେ ରହି ଆସୁଥିଲେ । ବର୍ତ୍ତମାନ ଯୁବତୀଟିର ବାହାଘର ତାଣ୍ଡିଗୁଡା ଗ୍ରାମ ବ୍ଳକ ଉଦୟଗିରିର ଏକ ଯୁବକ ସହିତ ଠିକ ହୋଇ ଆଜି ବାହାଘର ସଂପର୍ଣ୍ଣ ହୋଇଥିଲା । ଏହି ସମୟରେ ଭାରପ୍ରାପ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ବିଜୁ ଶିଶୁ ସୁରକ୍ଷା ଯୋଜନାରେ ଯୁବତୀଙ୍କୁ ଅନ୍ତର୍ଭୁକ୍ତ କରାଇ ବିବାହ ପ୍ରୋତ୍ସ ।ହନ ସକାଶେ ୫୦ ହଜାର ଟଙ୍କା ଜିଲ୍ଲା ପ୍ରଶାସନ ପ୍ରଦାନ କରିଥିଲେ । ପ୍ରଶାସନର ଏହି କାର୍ଯ୍ୟରେ ଝିଅଟି ଖୁସି ଥିବାବେଳେ ତାଣ୍ଡିଗୁଡା ଅଞ୍ଚଳରେ ସମସ୍ତ ଯୋଜନା ଉପରେ ଅବଗତ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ଶିଶୁ ମଙ୍ଗଳ ସମିତିର ସଭ୍ୟା ଶ୍ରୀମତୀ ଅଳକା ସାହୁ,ସୁରକ୍ଷା ଅଧିକାରୀ ଡମ୍ବରୁଧର ବଳବନ୍ତ ପରାମର୍ଶଦାତା ଡୁଙ୍ଗେଇ ମଲ୍ଲିକ ଏବଂ ଶିଶୁ ସୁରକ୍ଷା ୟୁନିଟର ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

thirteen + ten =