ପଞ୍ଚାୟତ ସ୍ତରୀୟ ସଙ୍ଗରୋଧ କେନ୍ଦ୍ର ଦାବୀ କଲେ ଲୋଇସିଂହା ବିଧାୟକ

0 138

ବଲାଙ୍ଗୀର,୯/୫- ଓଡ଼ିଶାରେ କରୋନାର ପ୍ରଭାବ ବର୍ତ୍ତମାନ ଗାଁ ମାନଙ୍କୁ ସଂପ୍ରସାରିତ ହୋଇସାରିଛି। ବଲାଙ୍ଗୀର ଜିଲ୍ଲା ସମେତ ସମସ୍ତ ପଶ୍ଚିମ ଓଡିଶାର ଗାଁ ଗାଁରେ ସଂକ୍ରମଣ ଚିନ୍ତାଜନକ । ସର୍ବ ନିମ୍ନ ଆବଶ୍ୟକତା ପୂରଣ ପାଇଁ ସୁବିଧା ସୁଯୋଗ ଦୂରେଥାଉ ଅନେକ ଗରିବ ପଜିଟିଭ ଚିହ୍ନିତଙ୍କ ପାଇଁ ଏକାଧିକ କୋଠରୀ ରହିବା ପାଇଁ ନାହିଁ। ଏଣୁ ଗାଁରେ ହୋମ କ୍ବାରେନଟାଇନ ସୁପର ସ୍ପ୍ରେଡର କୁହାଯାଇପାରେ । ତେଣୁ ଗତବର୍ଷ ପଞ୍ଚାୟତ ସ୍ତରରେ ନିର୍ମିତ ହୋଇଥିବା ସମସ୍ତ ସଂଗରୋଧ କେନ୍ଦ୍ର ଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଦିଗରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବା ପାଇଁ ଅତିରିକ୍ତ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ଲୋଇସିଂହା ବିଧାୟକ ଡ ମୁକେଶ ମହାଲିଙ୍ଗ ।

hiranchal ad1
Leave A Reply

Your email address will not be published.

five × 3 =