କରୋନା ପ୍ରଭାବିତ ଗ୍ରାମରେ ଉତ୍କଟ ଜଳ ସଂକଟ

0 576

hiring

ବୌଦ୍ଧ,୪/୫- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ହରଭଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସୁରୁଣ୍ଡି ଓ ସମ୍ବଲପୁର ଗ୍ରାମରେ ଉତ୍କଟ ଜଳ ସମସ୍ୟା ଦେଖା ଦେଇଛି | ଉଭୟ ଗ୍ରାମରେ କରୋନାର ଭୟାବହତା ମଧ୍ୟ ଦେଖିବାକୁ ମିଳିଛି l ଗୋଟିଏ ପଟେ ପାନୀୟ ଜଳର ଘୋର ଅଭାବ ଓ ଅନ୍ୟ ପଟେ କରୋନାର ବିଭୀଷିକା ଲୋକଙ୍କୁ ଅଥୟକରି ଦେଇଛି | ଆଜକୁ 5 ବର୍ଷତଳେ ସୁରୁଣ୍ଡି ଗ୍ରାମରେ ଏକ ଉତ୍ତଳ ଜଳ ଯୋଗାଣ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଥିଲା | ପାଇପ ଯୋଗେ ଉଭୟ ସୁରୁଣ୍ଡି ଓ ସମ୍ବଲପୁର ଗ୍ରାମକୁ ଜଳ ଯୋଗାଣର ଲକ୍ଷ୍ୟ ରଖା ଯାଇଥିଲା l 5 ବର୍ଷ ମଧ୍ୟରେ 50 ଦିନ ମଧ୍ୟ ଜଳ ଯୋଗାଣ ସମ୍ଭବ ହୋଇ ପାରିନାହିଁ l ନିମ୍ନ ମାନର କାର୍ଯ୍ୟ ଯୋଗୁଁ ପ୍ରକଳ୍ପ ସଫଳ ହୋଇ ପାରିନଥିବା ଉଭୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି | ପ୍ରତିବର୍ଷ ମରାମତି ନାମରେ ହଜାର ହଜାର ଟଂକା ବ୍ୟୟ କରାଯାଇଛି କିନ୍ତୁ ଲୋକେ ପାଣି ପାଉନାହାନ୍ତି l ସେଥିପାଇଁ ପଞ୍ଚାୟତିରାଜ ଓ ଜଳ ପରିମଳ ବିଭାଗ ଦ୍ରୁଷ୍ଟି ଦେବାକୁ ଜନସାଧାରଣରେ ଦାବି ହେଉଛି |

hiranchal ad1
Leave A Reply

Your email address will not be published.

1 × three =