୧୫କେଜି ହରିଣ ମାଂସ ଜବତ ସହ ୨ ଅଭିଯୁକ୍ତ ଗିରଫ

0 671

ଦଶପଲ୍ଲା,୧୯/୩-ଗଣିଆ ବନବିଭାଗ ଗତକାଲି ସନ୍ଧ୍ୟାରେ ହରିଣ ମାଂସ ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ସୂଚନା ମୁତାବକ ଗତ କିଛ ଦିନ ହେବ କିଛି ଅସାଧୁ ବ୍ୟକ୍ତି ଜଙ୍ଗଲୀ ଜନ୍ତୁ ଶିକାର ପାଇଁ ଜଙ୍ଗଲରେ ନିଆଁ ଲଗାଉଥିଲେ । ଯାହା ଫଳରେ ବନବିଭାଗର ନିଦ ହଜି ଯାଇଥିଲା l ସେଥିପାଇଁ ଗଣିଆ ବନାଞ୍ଚଳ ଅଧିକାରୀ ସୋନାଲି ସିଓ ବିଭିନ୍ନ ଜଙ୍ଗଲରେ ଛାନଭିନ ଜାରି ରଖିଥିଲେ । ବିଶେଷ ସୂତ୍ରରୁ ଖବର ପାଇ ଗତକାଲି ସନ୍ଧ୍ୟା ୭.୩୦ମିନିଟ ସମୟରେ ଗଣିଆ ବନାଞ୍ଚଳ ଅଧିକାରୀ ଗଣିଆ ଥାନା ଅନ୍ତର୍ଗତ ୱାଲିପୁର ଗ୍ରାମରେ ଚଢାଉ କରି ୧୫କିଲୋ ମିରିଗ ମାଂସ , ଏକ ଚାପଡ଼,କେଜିପଲ୍ଲା,ଛୁରୀ, ଗାଗେଙ୍ଗା, ବିକ୍ରି ପାଇଁ ପଲଥିନରେ ମାଂସ ପ୍ୟାକେଟ ସହିତ ବାପ ପୁଅକୁ ଗିରଫ କରିଛି । ଦୁଇ ଅଭିଯୁକ୍ତ ମାନେ ହେଲେ ପିତା ତ୍ରିନାଥ ପଣ୍ଡା (60) ପୁଅ ଅଜିତ କୁମାର ପଣ୍ଡା (୩୩) । ଉଭୟେ ୱାଲିପୁର ଗ୍ରାମରେ ନିଜ ଘରେ ମିରିଗ ମାଂସ କାଟୁଥିବା ଅବସ୍ଥାରେ ଅଭିଯୁକ୍ତଙ୍କୁ ରେଡ଼ ହ୍ୟାଣ୍ଡରେ ଧରାଯାଇ ଗଣିଆ ବନାଞ୍ଚଳକୁ ଆଣିଲା ପରେ ଅଭିଯୁକ୍ତଙ୍କୁ ପଚରା ଉଚରା ପରେବହୁ ତଥ୍ୟ ପାଇଥିବା ବନାଞ୍ଚଳ ଅଧିକାରୀ ସୋନାଲି ସିଓ ଜଣାଇଛନ୍ତି । ଏଥିରେ ମୁଖ୍ୟ ଅଭିଯୁକ୍ତ ଗୁଣ୍ଡୁରିବାରି ଗ୍ରାମର ରାମଚନ୍ଦ୍ର ପ୍ରଧାନ (୨୫) ଫେରାର ଥିବା ବେଳେ ଏଥିରେ ବହୁ ନାମୀ ଦାମୀ ଲୋକ ସଂପୃକ୍ତ ବୋଲି ବନାଞ୍ଚଳ ଅଧିକାରୀ ଜଣାଇଛନ୍ତି । ଆଗାମୀ ଦିନରେ ସମସ୍ତଙ୍କର ଅସଲ ଗୁମର ଖୋଲିପରେ ବୋଲି ଗଣିଆ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ମୁଖ୍ୟ ଅଭିୟୁକ୍ତ ରାମଚନ୍ଦ୍ର ପ୍ରଧାନ ଙ୍କ ନାଁରେ ୱାରେଣ୍ଟ ଜାରି କରାଯାଇ ବନ ବିଭାଗ ତରଫରୁ ଛାନଭିନ ଜାରୀରହିଛି /1972ବନ୍ୟାଜନ୍ତୁ ସୁରକ୍ଷା ଅଧିନିୟମ ଅନୁଯାୟୀ OR 48/20-21ରେ ଦଫା 39,44,49ଏକମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି ବୋଲି ଗଣିଆ ବନାଞ୍ଚଳ ଅଧିକାରୀ ସୋନାଲି ସିଓ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

17 − 13 =