ସମ୍ବଲପୁରରେ ଆକ୍ରାନ୍ତ ସଂଖ୍ୟା ୪୮ ହେଲା

0 92

ସମ୍ବଲପୁର : ଆଜି ଆଉ ଏକ କରୋନା ପଜିଟିଭ ଚିହ୍ନଟ ସହିତ ସମ୍ବଲପୁର ଜିଲ୍ଲାରେ ମୋଟରୋଗୀ ସଂଖ୍ୟା ୪୮ରେ ପହଞ୍ଚିଯାଇଛି । ଏମାନଙ୍କ ମଧ୍ୟରୁ ୧୬ଜଣ ସୁସ୍ଥ ହୋଇ ଘରକୁ ଫେରିଯିବା ପରେ ବାକି ୩୨ଜଣଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି । ସ୍ଥାନୀୟ ରେଙ୍ଗାଲୀ ଟିଏମସିରେ ଆଜି ଏହି ୧୯ବର୍ଷୀୟା ଯୁବତୀ ଜଣକ କରୋନା ପଜିଟିଭ ଚିହ୍ନଟ ହୋଇଛି, ଯାହାକୁ ନୋଇଡା(ଦିଲ୍ଲୀ) ରୁ ଏଠାକୁ ଆସିବା ପରଠାରୁ ରେଙ୍ଗାଲୀ ଟିଏମସିରେ ଅନୁଧ୍ୟାନ ପାଇଁ ରଖାଯାଇଥିଲା । ତାଙ୍କ ଦେହରେ କରୋନାର କୌଣସି ଲକ୍ଷଣ ଦେଖାଯାଇନଥିଲା କିନ୍ତୁ ସ୍ୱାବ ପରୀକ୍ଷାରେ ପଜିଟିଭ ବାହରିବା ପରେ ତାଙ୍କୁ ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଇତିମଧ୍ୟରେ ସେ କାହାକାହା ସହିତ ମିଳାମିଶା କରିଛନ୍ତି, ସେମାନଙ୍କ ସମ୍ପର୍କସୂଚୀ ପ୍ରସ୍ତୁତ କରାଯାଉଛି । ଗତକାଲି ସ୍ଥାନୀୟ କୁଚିଣ୍ଡା ଉପଖଣ୍ଡରେ ଏକା ଦିନକରେ ୧୩ଜଣ ପଜିଟିଭ ଚିହ୍ନଟ ହୋଇଥିବାରୁ ଏହାକୁ ନେଇ ସମଗ୍ର ଜିଲ୍ଲାରେ ହଟଚମଟ ସୃଷ୍ଟି ହୋଇଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ଏସବୁ ଆଇସୋଲେଶନ କିମ୍ବା ଟିଏମସିରେ ଚିହ୍ନଟ କରାଯାଇଛି, ଏଣୁ ଏପର୍ଯ୍ୟନ୍ତ ସାମାଜିକ ସ୍ତରରେ ସଂକ୍ରମଣ ହେବାର କୌଣସି ଭୟ ଦେଖାଯାଇନାହିଁ ।

hiranchal ad1
Leave A Reply

Your email address will not be published.

two × 4 =