ଏମସିଏଲ ତରଫରୁ ବିଶ୍ୱରକ୍ତଦାନ ଦିବସ ଆୟୋଜିତ

0 58

ସମ୍ବଲପୁର:ମହାନଦୀ କୋଲ ଫିଲଡସ୍ ଲିମିଟେଡ ଆନୁକୂଲ୍ୟରେ ଆଜି ଆନନ୍ଦବିହାର ଚିକିତ୍ସାଳୟରେ ବିଶ୍ୱ ରକ୍ତଦାନ ଦିବସ ଆୟୋଜିତ ହୋଇଥିଲା । ଏହି ଶିବିରରେ ଏମସିଏଲର ନିର୍ଦ୍ଦେଶକ କେଶବ ରାଓ ମୁଖ୍ୟଅତିଥି ଭାବେ ଯୋଗଦେଇ ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏମସିଏଲ୍ର ମୁଖ୍ୟ ଚିକିତ୍ସା ସେବା ଡ. ଦେବାଶିଷ ଗୁପ୍ତାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଶିବରରେ ଡା. ନୀରା ଗୁପ୍ତା, ଡା. ଜେ. କେ ମିଶ୍ର, ଡା. ବିବେକ ଜେନା, ଡା. ସାୟମ ଭଟ୍ଟାଚାର୍ଯ୍ୟ, ଡା. ପୂଜା ଦଷିତା, ଆନନ୍ଦବିହାର ଚିକିତ୍ସାଳୟର ସମସ୍ତ ପାରାମେଡିକାଲ ଷ୍ଟାଫ ଉପସ୍ଥିତ ଥିଲେ । ଏହି ଶିବିରରେ ୬୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଯେଉଁଥିରେ କି ୫୧ଜଣ ପୁରୁଷ ଓ ୧୦ ଜଣ ମହିଳା ରକ୍ତଦାନ କରିଥିଲେ । ରକ୍ତଦାନ ଶିବିରଟି ବୁର୍ଲା ରେଡକ୍ରସ ସୋସାଇଟିର ସହଯୋଗରେ ସଫଳଭାବେ ସଂଚାଳନ ହୋଇଥିଲା ।

hiranchal ad1
Leave A Reply

Your email address will not be published.

14 − 13 =