ଚଣ୍ଡିଖୋଲ ଛକ ପ୍ରତି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ବୈମାତୃକ ମନୋଭାବ

0 94

ଚଣ୍ଡିଖୋଲ: ତିନୋଟି ଜାତୀୟ ରାଜପଥର ସଂଯୋଗ ସ୍ଥଳ ହେଉଛି ଚଣ୍ଡିଖୋଲ ଛକ । ଜିଲ୍ଲାର ଏକ ପ୍ରମୁଖ ବ୍ୟବସାୟୀକ ଓ ବ୍ୟସ୍ତ ବହୁଳ ଛକ ଭାବେ ଜଣାଶୁଣା । ଛକର ମଧ୍ୟ ଭାଗରେ ଗୌତମ ବୁଦ୍ଧଙ୍କ ପ୍ରତିମୂର୍ତୀ ଶୋଭା ପାଉଛି । ସୂର୍ଣ୍ଣ ହୀରକ ତ୍ରୀଭୁଜ ରତ୍ନଗିରି, ଉଦୟଗିରି ଓ ଲଳିତଗିରି ଯିବାକୁ ପର୍ଯ୍ୟଟକମାନେ ଚଣ୍ଡିଖୋଲ ଛକ ଦେଇ ଯାଇଥାନ୍ତି । ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳିମାନଙ୍କୁ ଯିବା ପାଇଁ ଚଣ୍ଡିଖୋଲ ଛକ ହେଉଛି ମୁଖଦ୍ୱାର । ପ୍ରତିଦିନ ଏହି ଛକ ଦେଇ ଶତାଧିକ ଳୁହା ଓ କ୍ରୋମାଇଟ୍ ବୋଝେଇ ଭାରୀଯାନ ଗୁଡ଼ିକ ପାରାଦ୍ୱିପ ବନ୍ଦରକୁ ଯାଇଥାନ୍ତି ଓ ପାରାଦ୍ୱିପ ବନ୍ଦରରୁ ବିଭିନ୍ନ ପନ୍ୟଦ୍ରବ୍ୟ ନେଇ ଜିଲା ଓ ଜିଲା ବାହାରେ ଥିବା ବିଭିନ୍ନ ଶିଳ୍ପ ସଂସ୍ଥାକୁ ପରିବହନ କରିଥାନ୍ତି । ଜିଲା ଅଡ଼ିଟ୍ କାର୍ଯ୍ୟାଳୟ, ଆଂଚଳିକ ପରିବହନ କାର୍ଯ୍ୟାଳୟ, ଗ୍ରାମ୍ୟ ଉନ୍ନୟନ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ, ଗ୍ରାମ୍ୟ ଜଳ ଓ ପରିମଳ ଯୋଜନା କାର୍ଯ୍ୟାଳୟ ସମେତ ୬ରୁ ଉର୍ଦ୍ଧ୍ୱ ଜାତୀୟ କରଣ, ୨ ଟି ସମବାୟ ଓ ୪ ଟି ଘରୋଇ ବ୍ୟାଙ୍କ୍ ଏହି ଛକରେ ରହିଅଛି । ପାଖାପାଖି ୪ ଶହରୁ ଉର୍ଦ୍ଧ୍ୱ ଉଠା ଦୋକାନୀ ଓ ୩ ଶହରୁ ଉଦ୍ୱ୍‌ର୍ ଅ‌ସ୍ଥାୟୀ ବ୍ୟବସାୟ ପ୍ରତିଷ୍ଠାନ ଚଣ୍ଡିଖୋଲ ଛକରେ ନିଜ ନିଜର ବ୍ୟବସାୟ କରି ଜୀବିକା ନିର୍ବାହ କରିଆସୁଅଛନ୍ତି । ରାଜ୍ୟ ଏବଂ ରାଜ୍ୟ ବାହାରର ବ୍ୟବସାୟୀମାନେ ଦୀର୍ଘ ବର୍ଷ ହେବ ଚଣ୍ଡିଖୋଲ ଉ ଛକରେ ସପରିବାର ରହିବା ସହିତ ନିଜର ବ୍ୟବସାୟ କରିଆସୁଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚଣ୍ଡିଖୋଲ ଛକ ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ରାଜସ୍ୱ ସଂଗ୍ରହ କରୁଛନ୍ତି । ଏହା ସତ୍ୱେ ଛକର ସୌନ୍ଦର୍ଯ୍ୟୀ କରଣ ଅଦ୍ୟାବଧି ପୂରଣ ହୋଇ ପାରିନାହିଁ । ପୂର୍ବରୁ ଛକ ଦେଇ ୪ ଚକିଆ ଯାନ, ଖଣିଜ ପଥର ନେଇ ଯାଉଥିଲା ବେଳେ ଏବେ ରାସ୍ତାରେ ୧୮ ଚକିଆ ଭଳି ଭାରୀଯାନ ଚାଲୁଅଛି କିନ୍ତୁ ରାସ୍ତାର ଅବସ୍ଥା ଆଗଭଳି ପ୍ରସସ୍ଥି ହୋଇନାହିଁ । ଫଳରେ ଛକରେ ନିତିଦିନ ଟ୍ରାଫିକ୍ ସମସ୍ୟା ଉପୁଜିବା ସହିତ ଛୋଟମୋଟ ଦୂର୍ଘଟଣା ମଧ୍ୟ ଘଟୁଛି । ଯେଉଁ ୪ ଶହ ଉଠା ଦୋକାନୀ ବ୍ୟବସାୟ କରି ନିଜର ଗୁଜୁରାଣ ମେଂଟାଉଛନ୍ତି ସେମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଅଦ୍ୟାବଧି ସ୍ଥାୟୀ ଗୃହର ବ୍ୟବସ୍ଥା ହୋଇ ପାରିନାହିଁ । ପରିବା ବଜାର ଓ ବସ୍ ଷ୍ଟାଣ୍ଡର ଉନ୍ନତି ମଧ୍ୟ ଆଜି ଯାଏଁ ହୋଇ ପାରିନାହିଁ । ଛକର ଦୁଇ ପାଶ୍ୱର୍ରେ ୧୧ ଏକରରୁ ଉର୍ଦ୍ଧ୍ୱ ଜମି ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି । ପୂର୍ବରୁ ଏହି ପରିତ୍ୟକ୍ତ ସ୍ଥାନକୁ ବ୍ୟବହାର କରି ସେଠାରେ ମାର୍କେଟ୍ କମ୍ପେ୍ଲସ୍ ନିର୍ମାଣ କରି ବ୍ୟବସାୟୀଙ୍କୁ ଥଇଥାନ କରିବାର ପ୍ରସ୍ତାବ ଥିଲେ ମଧ୍ୟ ଏହା ଆଜି ପର୍ଯ୍ୟନ୍ତ ପୂରଣ ହୋଇ ପାରିନାହିଁ । ପରିତ୍ୟକ୍ତ ସ୍ଥାନ କାର୍ଯ୍ୟରେ ଲାଗିଲେ ବ୍ୟବସାୟୀମାନେ ଥଇଥାନ ହେବା ସହ ସରକାରଙ୍କ ରାଜସ୍ୱ ବୃଦ୍ଧି ଓ ଛକର ସୈାନ୍ଦର୍ଯ୍ୟୀ କରଣ ହୋଇ ପାରନ୍ତା ବୋଲି ବହୁ ବୁଦ୍ଧୀଜୀବୀମାନେ ମତ ରଖିଛନ୍ତି । ବାରମ୍ବାର ଛକର ଅସୁବିଧା ସଂର୍ପକରେ ଜାତୀୟ ରାଜପଥ କତୃପକ୍ଷ, ସ୍ଥାନୀୟ ବିଧାୟକ, ବ୍ୟବସାୟୀ ପ୍ରତିନିଧି ଓ ବୁଦ୍ଧିଜୀବୀଙ୍କ ସହ ଆଲୋଚନା ହୋଇଥିଲେ ସୁଦ୍ଧା ଏହାର ଫଳ ଅଦ୍ୟାବଧି ମିଳି ପାରିନାହିଁ । ଛକରେ ଥିବା ବ୍ୟବସାୟୀମାନଙ୍କ ଉନ୍ନତି ନିମନ୍ତେ ଦୁଇଟି ବଣିକ ସଂଘ ଓ ଅସ୍ଥାୟୀ ବ୍ୟବସାୟୀ ସଂଘ କାର୍ଯ୍ୟ କରୁଅଛି । ଏମାନଙ୍କ ମତରେ ମହେଶ୍ୱର ବଳ, ସଭାପତି-ଅସ୍ଥାୟୀ ବ୍ୟବସାୟୀ ସଂଘ-୧. ଚଣ୍ଡିଖୋଲ ବଜାର ଅଂଚଳ ଜାତୀୟ ରାଜପଥ ରାଜସ୍ୱ ମାଲିକାନାରେ ଆସୁଅଛି । ଏହାର ବିକାଶ ଦାୟିତ୍ୱ କେନ୍ଦ୍ର ସରକାରଙ୍କର ତଥାପି ରାଜ୍ୟ ସରକାରଙ୍କ ମଧ୍ୟ ସମାନ ଦାୟିତ୍ୱ ରହିଅଛି । ରାଜ୍ୟ ସରାକାରଙ୍କର ବିଭିନ୍ନ ପ୍ରଶାସନିକ ସଂସ୍ଥା ଓ ରାଜସ୍ୱ ଆୟକାରୀ ସଂସ୍ଥା ରହିଅଛି । ଏହା ପରେ ମଧ୍ୟ ରାଜ୍ୟ ସରକାରଙ୍କର ପକ୍ଷରୁ ଏଠା କାର ବିକାଶ ନିମନ୍ତେ କୌଣସି ପ୍ରସ୍ଥାବ କେନ୍ଦ୍ର ସରକାରଙ୍କୁ ଦେଉନଥିବାର ନଜରକୁ ଆସୁନି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ସମାନ ଦାୟିତ୍ୱ ରହିଛି ଚଣ୍ଡିଖୋଲ ଛକର ବିକାଶରେ । ୨. ଜାତୀୟ ରାଜପଥ କର୍ତୃପକ୍ଷଙ୍କର ଅଧିକାରୀ ଯେଉଁମାନେ ଚଣ୍ଡିଖୋଲ ପ୍ରତି ନଜର ଦବା କଥା ସେମାନଙ୍କର ଘନ ଘନ ବଦଳି ଓ ଅଣ ଓଡ଼ିଆ ନିଯୁକ୍ତି ଅଧିକାରୀଙ୍କର ଚଣ୍ଡିଖୋଲ ଛକ ପ୍ରତି ମମତା ନ ରହିବା ଚଣ୍ଡିଖୋଲ ବିକାଶରେ ବାଧା ସୃଷ୍ଟି କରୁଛି । କ୍ଷିରୋଦ ଚନ୍ଦ୍ର ମାହାଲା, ସଭାପତି-ଚଣ୍ଡିଖୋଲ ଛକ ବଣିକ ସଂଘ-ପରିତ୍ୟକ୍ତ ଅବସ୍ଥାରେ ରହିଥିବା ଚଣ୍ଡିଖୋଲ ଛକର ଦୁଇ ପାଶ୍ୱର୍କୁ ମାଟି ଦ୍ୱାରା ପୋତିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଥିଲା । ଜିନ୍ଦଲ୍ କମ୍ପାନୀକୁ ଏଥିପାଇଁ ଦାୟିିତ୍ୱ ମଧ୍ୟ ଦିଆଯାଇଥିଲା । ମାତ୍ର ଆଜି ପର୍ଯ୍ୟନ୍ତ ଏହି କାର୍ଯ୍ୟ ହୋଇ ପାରିଲା ନାହିଁ, ଏହା ହୋଇଥିଲେ ବ୍ୟବସାୟୀମାନେ ଥଇଥାନ ହେବା ସହିତ ଛକର ସୈାନ୍ଦର୍ଯ୍ୟୀକରଣ ହୋଇପାରିଥାନ୍ତା ବୋଲି ଶ୍ରୀ ମାହାଲା କହିଥିଲେ ।

hiranchal ad1
Leave A Reply

Your email address will not be published.

eight + 7 =