ଭୁବନେଶ୍ୱର : ରାଜ୍ୟକୁ ପ୍ରବାସୀଙ୍କ ଆଗମନ ବଢିବା ସହ କରୋନା ଆକ୍ରାନ୍ତ ସଂଖ୍ୟା ମଧ୍ୟ ସେହି ଅନୁପାତରେ ବଢିଚାଲିଛି । ରାଜ୍ୟରେ ଏବେ ସ୍ଥାନୀୟ ରୋଗୀଙ୍କ ସଂଖ୍ୟା ମଧ୍ୟ ଧୀରେ ଧୀରେ ବଢୁଥିବାରୁ ତାହା ରାଜ୍ୟବାସୀଙ୍କୁ ଚିନ୍ତାରେ ପକାଇଛି । ଆଜି ଚିହ୍ନଟ ୮୬ ନୂଆ ପଜିଟିଭଙ୍କ ମଧ୍ୟରୁ ୫ଜଣ ହେଉଛନ୍ତି ସ୍ଥାନୀୟ ଅଂଚଳର । ଏମାନେ କୌଣସି ବିଦେଶ କିମ୍ବା ରାଜ୍ୟ ଗସ୍ତ କରିନାହାନ୍ତି । ସେହିପରି ଜଣେ କଣ୍ଟେନମେଣ୍ଟ ଅଂଚଳର ହୋଇଥିବା ବେଳେ ୮୦ଜଣ କ୍ୱାରାଣ୍ଟାଇନ ସେଣ୍ଟରେ ଥିଲେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଚିହ୍ନଟ ହୋଇଥିବା ୮୬ଜଣଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାରୁ ୪୬, କଟକରୁ ୧୧, ନୟାଗଡରୁ ୬, ଗଞ୍ଜାମରୁ ୫, ବାଲେଶ୍ୱରରୁ ୩, ଭଦ୍ରକରୁ ୩, କେନ୍ଦୁଝରରୁ ୩, ଖୋର୍ଦ୍ଧାରୁ ୩, ପୁରୀରୁ ୨, ବଲାଙ୍ଗିରରୁ ୨ ଓ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଅଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୧୮୯ରେ ପହଞ୍ଚିଛି ।