ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ନୂଆଗଡ ବ୍ଲକର ସଦଭାବନା ଗୃହଠାରେ ପ୍ରେମ ଓ ୟୁଏନ୍ଏଫପିଏ ର ମିଳିତ ଉଦ୍ୟମରେ ମହିଳା ଓ କିଶୋରୀ ବାଳିକା ଅନୁକୁଳ ଆଦର୍ଶ ପଞ୍ଚାୟତ ଗଠନ ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ନିହିମିୟ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ମହିଳାମାନଙ୍କୁ ଘରେଇ ହିଂସା, ବାଲ୍ୟବିବାହ ଉଚ୍ଛେଦ ଆଦି ବିଷୟକୁ ନେଇ ଦୃଢ଼ତାର ସହ ମୁକାବିଲା କରିବା ପାଇଁ ପଞ୍ଚାୟତ ସ୍ତରରେ ନିଷ୍ପତ୍ତି ନେବାକୁ ଶପଥ କରାଇଥିଲେ ।
ଏହି କାର୍ଯ୍ୟକ୍ରମରେ ବ୍ଲକ ବିଡ଼ିଓ ଲାବନ୍ଧୁ ମହାନ୍ତି, ସିଡିପିଓ ସୁରତି ପ୍ରଧାନ, ସହକାରୀ ଯନ୍ତ୍ରୀ ପ୍ରଦ୍ୟୁମ୍ନ ଦାଶ, ଜିପିଓ ନୃସିଂହ ମିଶ୍ର , ୟୁଏନ୍ଏଫପିଏର ଜିଲ୍ଲା ସଂଯୋଜିକା ସଂଜୁକ୍ତା ତ୍ରିପାଠୀ, ଜେ.ଚନ୍ଦ୍ର ଶେଖର, ୧୯ ଗୋଟି ପଞ୍ଚାୟତର ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ପ୍ରେମ ସଂସ୍ଥାର ବରିଷ୍ଠ କର୍ମୀ ଲଜାର ଲିମା ଓ ବ୍ଲକ କୋଡ଼ିନେଟର ରାଜେନ୍ଦ୍ର ଲିମା, ପ୍ରଶାନ୍ତ ରାଇତ, କୃଷ୍ଣ ମଣ୍ଡଳ, କୁମୁଦିନି ପାଣିଗ୍ରାହୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।