ଆଗ ବିଲ୍ ପରେ ଲେଖାହେଉଛି ସୂଚନା ଫଳକ !

0 716

ବୌଦ୍ଧ:- ବିଭିନ୍ନ ନିର୍ମାଣ କାର୍ଯ୍ୟରେ ସ୍ୱଚ୍ଛତା ଆଣିବାପାଇଁ ସରକାର ନିର୍ମାଣକାର୍ଯ୍ୟ ଆରମ୍ଭ ହେବା ସମୟରେ ପ୍ରକଳ୍ପର ସମସ୍ତ ସୂଚନା ଜନସାଧାରଣଙ୍କୁ ଫଳକରେ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଠିକାଦାର ନିର୍ମାଣ ସ୍ଥାନରେ ଫଳକ ମାରିବା ବାଧ୍ୟତାମୂଳକ ବୋଲି କହୁଥିଲେ ମଧ୍ୟ ତାର ବ୍ୟତିକ୍ରମ ଦେଖିବାକୁ ମିଳେ ହରଭଙ୍ଗା ବ୍ଲକ ବାମଣ୍ଡା ଗ୍ରାମପଞ୍ଚାୟତରେ । ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ଅନୁଦାନରେ ଗତ ୨/୩ ବର୍ଷ ମଧ୍ୟରେ ଅନେକ ପ୍ରକଳ୍ପ ନିର୍ମାଣ ସରିଛି କିନ୍ତୁ କୌଣସି ଗୋଟିଏ ବି ସ୍ଥାନରେ ସୂଚନାଫଳକ ଲେଖାଯାଇନାହିଁ ।

hiring


ବାମଣ୍ଡା ଗ୍ରାମ ପଞ୍ଚାୟତର ରଘୁନାଥପୁର ପ୍ରାଥମିକ ବିଦ୍ୟାଳୟରେ ଦୁଇ/ତିନି ବର୍ଷରେ ୩ଟି ପ୍ରକଳ୍ପ ନିର୍ମାଣ ହୋଇଛି । ଗୋଟିଏରେ ମଧ୍ୟ ସୂଚନା ଫଳକ ନାହିଁ । କାର୍ଯ୍ୟ ସଂପର୍କରେ ସ୍କୁଲ ପରିଚାଳନା କମିଟି କିମ୍ବା ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କୌଣସି ସୂଚନା ନଦେଇ ସରପଞ୍ଚ ନିମ୍ନମାନର କାମ କରାଉଥିବା ବିଦ୍ୟାଳୟ କମିଟି ସଭାପତି ଗତ ଜୁନ ୪ ତାରିଖରେ ହରଭଙ୍ଗା ବିଡିଓଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ । ବିଡିଓ ମହାଶୟ ବ୍ଲକର ଅତିରିକ୍ତ ବିଡିଓ ଏବଂ ଜିପିଓଙ୍କୁ ତଦନ୍ତ ପାଇଁ ଅଭିଯୋଗ ପତ୍ର ଦେବାପରେ ସରପଞ୍ଚ ଛାନିଆ ହୋଇ ଲୋକଲଗାଇ ଗତକାଲି ୨/୩ ବର୍ଷ ମଧ୍ୟରେ ହୋଇଥିବା ସବୁ ପ୍ରକଳ୍ପର ତଥ୍ୟକୁ ସୂଚନା ଫଳକରେ ଲେଖାଉଛନ୍ତି । ୨୦୧୮-୧୯, ୨୦୧୯-୨୦ ଆର୍ଥିକ ବର୍ଷରେ ହୋଇଥିବା ପ୍ରକଳ୍ପ ଗୁଡିକର ବିଲ୍ କେବେଠାରୁ ହୋଇସାରିଲାଣି କିନ୍ତୁ ଅଭିଯୋଗ ହେବାପରେ ନିଜର ଦୋଷକୁ ଲୁଚାଇବା ପାଇଁ ସରପଞ୍ଚ ଗତକାଲି ସୂଚନା ଫଳକ ଲେଖାଇବା ଦୁର୍ଭାଗ୍ୟଜନକ ବୋଲି ବିଦ୍ୟାଳୟ କମିଟି ସଭାପତି ସୁବୋଧ କୁମାର ଦେହୁରୀ ପ୍ରକାଶ କରିଛନ୍ତି । ଏଥିସହିତ ଗତକାଲି ସୂଚନା ଫଳକ ମରାଯାଇନଥିବା ପଞ୍ଚାୟତର ସମସ୍ତ କାମରେ ଯୁଦ୍ଧକାଳୀନ ଭିତ୍ତିରେ ଫଳକ ଲେଖା ଚାଲିଥିବା ଦେଖିବାକୁ ମିଳିଥିଲା ।
ରଘୁନାଥପୁର ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ୨୦୧୮-୧୯ରେ ୨ଲକ୍ଷ ଓ ୨୦୧୯-୨ରେ ୧ଲକ୍ଷ ଟଙ୍କାର ପାଚେରୀ ନିର୍ମାଣ, ୨୦୧୮-୧୯ରେ ଶ୍ରେଣୀଗୃହ ନିର୍ମାଣପାଇଁ ୨ଲକ୍ଷ ଟଙ୍କାର ଅନୁଦାନରେ ଆସିଥିବା କାମ ଅତି ନିମ୍ନମାନର ହୋଇଥିବା ବିଦ୍ୟାଳୟ କମିିଟି ଅଭିଯୋଗ କରିଛି । ଶ୍ରେଣୀଗୃହ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇନଥିବାବେଳେ ପାଚେରୀ ନିର୍ମାଣର ବର୍ଷଟିଏ ପୁରିନାହିଁ କିନ୍ତୁ ବିଭିନ୍ନ ଜାଗାରେ ଫାଟମାନ ସୃଷ୍ଟି ହେଲାଣି । ବିଦ୍ୟାଳୟ ପରିସରରେ କାର୍ଯ୍ୟ ହେଉଥିଲେ ମଧ୍ୟ ପ୍ରଧାନଶିକ୍ଷୟିତ୍ରୀ କିମ୍ବା ସ୍କୁଲ କମିଟିକୁ ସଂପୂର୍ଣ୍ଣ ଅନ୍ଧକାରରେ ରଖି ସରପଞ୍ଚ ମନଇଚ୍ଛା କାମ କରୁଥିବା ଅଭିଯୋଗର ତଦନ୍ତ କରାଯିବାସହ କାର୍ଯ୍ୟର ମାନ ପରୀକ୍ଷା କରାଯିବାକୁ ସଭାପତି ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

one × 1 =