ଆମ୍ବୁଲାନ୍ସ କର୍ମଚାରୀଙ୍କ ମହାନତା, ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କ ଜିନିଷ ଫେରାଇଲେ

0 116

ଘୁ ଉଦୟଗିରି:ଗତକାଲି କଳିଙ୍ଗା ଗ୍ରାମପଞ୍ଚାୟତ ଅଧିନରେ ଥିବା କୂର୍ମୀଙ୍ଗିଆର କାଟାଲ ନାଜୁ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଟୁନା ପ୍ରଧାନଙ୍କୁ ୧୦୮ଆମ୍ବୁଲାନ୍ସ ଦ୍ୱାରା କର୍ମଚାରୀମାନେ ଘୁ ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ।କିନ୍ତୁ ଘଟଣା ସ୍ଥଳରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନେ ଇ.ଏମ୍‌.ଟି. ବିଶ୍ୱଜିତ୍‌ ମୁଖି, ଡ୍ରାଇଭର ଅରବିନ୍ଦ ଦିଗାଲ, ହେଲପର୍‌ ବିକାଶ ପ୍ରଧାନ ମୃତକ ଟୁନା ପ୍ରଧାନଙ୍କ ନିକଟରେ ପଡ଼ିଥିବା ମନିପର୍ଷ ପାଇଥିଲେ । ସେଠାରେ ସେମାନେ ଅନେକ ଟଙ୍କା ଥିବାର ଦେଖିଥିଲେ । ପରେ ଜଣେ ମୃତକଙ୍କ ସମ୍ପର୍କୀୟ ଉପସ୍ଥିତିରେ ସେହି ପଇସା ଗଣିଥିଲେ । ସେଠାରେ ୬୧୯୯ ଟଙ୍କା ସହିତ କାଗଜପତ୍ର ରହିଥିଲା । ସେମାନେ ସୁରକ୍ଷିତ ଏବଂ ବିଶ୍ୱସ୍ତତାର ସହିତ ମୋବାଇଲ ଓ ଟଙ୍କା ନିଜ ପାଖରେ ରଖିଥିଲେ ଓ ପରିବାର ଲୋକେ ଆସିଲେ ଦେବେ ବୋଲି କହିଥିଲେ ।ବିଳମ୍ବିତ ରାତିରେ ମୃତକଙ୍କ ମାଆ ଝିଅ ଓ ସମ୍ପର୍କୀୟ ଆସିବାପରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ପ୍ରାପ୍ତ ୬୧୯୯ ଟଙ୍କା ଏବଂ ମୋବାଇଲ ଓ ଅନ୍ୟାନ୍ୟ କାଗଜ ପତ୍ର ତାଙ୍କ ପରିବାରକୁ ହସ୍ତାନ୍ତର କରିଥିବା ଦେଖିବାକୁ ମିଳିଛି । ଆମ୍ବୁଲାନ୍ସ କର୍ତ୍ତୃପକ୍ଷଙ୍କ ମହାନତା ଓ ବିଶ୍ୱସ୍ତ ପାଇଁ ଅଞ୍ଚଳବାସୀ ତଥା ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରିଛନ୍ତି । ଆମ୍ବୁଲାନ୍ସ କର୍ତ୍ତୃପକ୍ଷ ଏହି ପଇସା ଲୋଭ ନ କରି ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ଫେରାଇ ଦେଇ ବିଶ୍ୱସ୍ତତାର ଉଦାହରଣ ସୃଷ୍ଟି କରିଛନ୍ତି । ମୃତକଙ୍କ ପରିବାର ମଧ୍ୟ ଏହି ପଇସା ପାଇ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଠାରେ କୃତଜ୍ଞତା ସହିତ ଧନ୍ୟବାଦ ପ୍ରଦାନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

18 − seventeen =