ପ୍ରବାସୀ ଓଡ଼ିଆଙ୍କୁ ନିଜ ଘରକୁ ପଠାଇବା ବନ୍ଦୋବସ୍ତ କଲେ ସମାଜସେବୀ ଓ ଠିକାଦାର

0 111

ଫୁଲବାଣୀ/ବାଲିଗୁଡା: କରୋନା ମହାମୁକାବିଲା ପାଇଁ ସାରା ଦେଶ ଲକଡାଉନ ଥିବା ଯୋଗୁଁ ସମସ୍ତ ବସ, ଟ୍ରକ, ଟ୍ରେନ ଚଳାଚଳ ବନ୍ଦ ରହିଥିବା ଯୋଗୁଁ କିଛି ପ୍ରବାସୀ ଓଡ଼ିଆ ରାଜ୍ୟ ବାହାରେ ଓ ଜିଲ୍ଲା ବାହାରେ ରହି ଯାଇଥିଲେ I ଯାହାଦ୍ୱାରା କିଛି ପ୍ରବାସୀ ଓଡ଼ିଆ କାମ ଧନ୍ଦା, ବ୍ୟବସାୟ କରିବାକୁ ଆସିଥିବା ବେଳେ ସରକାରଙ୍କ ଘୋଷଣା ପରେ ସବୁ ବନ୍ଦ ଥିଲା ପ୍ରବାସୀ ଓଡ଼ିଆଙ୍କ ପାଖରେ ଯିବା ପାଇଁ ଟଙ୍କା ଅଭାବ ହେତୁ ସେମାନେ ଯାଇପାରୁନଥିଲେ I ଏମିତି ଏକ ଘଟଣା ବାଲିଗୁଡ଼ା ବ୍ଲକ ସୁଡ୍ରା ପଞ୍ଚାୟତରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ରାଇଝରନ ଗ୍ରାମର ଏକ ପରିବାର ରସ କଂସା, ପିତଳ ଝଳେଇ କରିବା ପାଇଁ ଆସିଥିଲେ I ଲକଡାଉନ ଯୋଗୁଁ ରହି ଯାଇଥିଲେ I ବହୁତ ଅସୁବିଧାରେ ଏକ ସ୍କୁଲ ଘରେ ରହୁଥିଲେ I ଏହି ପରିବାର ନିଜ ଘରକୁ ଯିବା ପାଇଁ ଚାହୁଁଥିଲେ I ଠିକ ଏହି ସମୟରେ ସହଯୋଗର ହାତ ବଢ଼ାଇ ଥିଲେ ଠିକାଦାର ଅଭୟ ପାତ୍ର ଓ ସମାଜସେବୀ ସୁଶାନ୍ତ ଲେଙ୍କା I ନିଜ ହାତରୁ ଗାଡ଼ି ଭଡ଼ା ଦେଇ ପଠେଇବାର ବନ୍ଦୋବସ୍ତ କରିଥିଲେ I ଏଭଳି ଚର୍ଚ୍ଚାକୁ ବୁଦ୍ଧି ଜିବି ମହଲରେ ଆଲୋଚନା ହେଉଛି I

hiranchal ad1
Leave A Reply

Your email address will not be published.

1 × 2 =