ବୌଦ୍ଧ:ବୌଦ୍ଧଜିଲ୍ଲାରେ ତୃତୀୟ ପୋଲ ବୌଦ୍ଧ ସହରରୁ ମର୍ଜାକୁଦକୁ ନିର୍ମାଣାଧୀନ ରହିଛି । ଏହି ପୋଲ ନିର୍ମାଣ ହେଲେ ମହାନଦୀ ମଝିରେ ଥିବା ବୌଦ୍ଧ ଏନଏସି ଅନ୍ତର୍ଗତ ମର୍ଜାକୁଦର ୨ଟି ୱାର୍ଡର ଜନସାଧାରଣ ବୌଦ୍ଧର ମୁଖ୍ୟସହର ସହ ଯୋଡି ହୋଇପାରିବେ । ସେଥିପାଇଁ ଉକ୍ତ ପୋଲକୁ ନେଇ ବୌଦ୍ଧ ସହରବାସୀ ବିଶେଷକରି ମର୍ଜାକୁଦବାସୀ ବହୁତ ଉତ୍ସାହିତ ଅଛନ୍ତି ।
ଲକ୍ଡାଉନ ପାଇଁ ପୋଲନିର୍ମାଣ କାମ କିଛିଦିନ ବନ୍ଦରହିବା ପରେ ଏବେ ପୁନର୍ବାର ଜୋରସୋରରେ ଆରମ୍ଭ ହୋଇଛି । ଦିନବେଳା ଯାହା କାମ ହେଉଛି ସେଭଳି ବିଳମ୍ବିତ ରାତ୍ରୀଯାଏମଧ୍ୟ କାମ ଚାଲୁଥିବା ଦେଖିବାକୁ ମିଳୁଛି । ବୌଦ୍ଧ ପୂର୍ତ୍ତବିଭାଗ ପୋଲ ନିର୍ମାଣ କାମର ତଦାରଖ କରୁଛି । ମାତ୍ର ଦୁଃଖର କଥା କାମ ଚାଲୁଥିବା ସମୟରେ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀ, ସହକାରୀ ଯନ୍ତ୍ରୀ କିମ୍ବା ନିର୍ବାହୀ ଯନ୍ତ୍ରୀ କେହି କାର୍ଯ୍ୟସ୍ଥଳରେ ଉପସ୍ଥିତ ରହୁନଥିବା ଅଭିଯୋଗ ହେଉଛି । ଢଳେଇ କାମବେଳେ ଯନ୍ତ୍ରୀମାନେ ଉପସ୍ଥିତ ରହିବାର ନିୟମ ଥିଲେ ମଧ୍ୟ କେହି ଉପସ୍ଥିତ ନରହୁଥିବାରୁ କାମରମାନ ଓ ସ୍ଥାୟୀତ୍ୱ ନେଇ ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟିକରୁଛି । କଂକ୍ରିଟର ମିଶ୍ରଣ ଓ ଢଳେଇ ସମୟରେ ଦାୟିତ୍ୱରେ ଥିବା ବୈଷୟିକ ଦକ୍ଷତା ଓ ଅଭିଜ୍ଞତା ଥିବା ଯନ୍ତ୍ରୀ ଉପସ୍ଥିତ ରହିଲେ କାମ ଠିକ୍ଭାବେ ହୋଇପାରିବ ବୋଲି ଜନସାଧାରଣରେ ଦାବି ହେଉଛି ।