ବୌଦ୍ଧ : ସବୁ କଟକଣା ଉଠିଲା, ହେଲା କୋଭିଡ ପୂର୍ବର ସ୍ଥିତି ଭଳି

0 2,592

ବୌଦ୍ଧ : ଅନ୍‌ଲକ ୪ ଅବସରରେ ସେପ୍ଟେମ୍ବର ୧ ତାରିଖରେ ଜିଲ୍ଲାପାଳ ଦୋକାନ ବଜାର, ହୋଟେଲ ସମେତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ପାଇଁ ଯେଉଁ ମାର୍ଗଦର୍ଶିକା ଜାରି କରିଥିଲେ ସେଥିରେ ଆଜି କିଛି ସଂଶୋଧନ ଆଣିଛନ୍ତି । ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଚିଠି ଆଧାରରେ ଦୋକାନ ବଜାର ଦିନରାତି ଖୋଲାଯାଇ ପାରିବ ବୋଲି ସୂଚନା ଦେଇଛନ୍ତି । ହୋଟେଲ ରେଷ୍ଟୁରାଣ୍ଟ ଢାବା ମାନେ ସକାଳ ୭ ଘଣ୍ଟା ଠାରୁ ରାତି ୧୦ ଯାଏଁ କେବଳ ପାର୍ଶଲ ବିକ୍ରୀ କରିପାରିବେ ବୋଲି ଜିଲ୍ଲାପାଳ ଗତ ୧ ତାରିଖରେ ମାର୍ଗଦର୍ଶିକା ଜାରି କରିଥିଲେ ସେଥିରେ ମଧ୍ୟ ସଂଶୋଧନ କରାଯାଇଛି । ସାମାଜିକ ଦୂରତାକୁ ଗୁରୁତ୍ୱ ଦେଇ ହୋଟେଲ ମଧ୍ୟରେ ଖାଇବାକୁ ଦେଇ ପାରିବେ ବୋଲି କୁହାଯାଇଛି । ଏଥିରେ ରାତି ୧୦ ଘଣ୍ଟା ପରେ ଦୋକାନ ବଜାର ହୋଟେଲ ରେଷ୍ଟୁରାଣ୍ଟ ଖୋଲିବାକୁ ପୂର୍ବରୁ ଯେଉଁ ବାରଣ ଥିଲା ତାହା ଉଠାଇ ଦିଆଯାଇଛି । ସେହିପରି ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ଗୁଡିକରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବାକୁ କୁହା ଯାଇଥିଲା ତାହା ମଧ୍ୟ ଉଠାଇ ଦିଆଯାଇଛି ଓ ସମସ୍ତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିପାରିବେ ବୋଲି କୁହାଯାଇଛି । ଅର୍ଥାତ୍ ମୋଟାମୋଟି କହିବାକୁ ଗଲେ କରୋନା ପୂର୍ବରୁ ଜିଲାରେ ଯେଭଳି ସ୍ଥିତି ଥିଲା ଆଜି ଠାରୁ ସେଭଳି ସ୍ଥିତିକୁ ଫେରି ଆସିଛି ବୌଦ୍ଧ ଜିଲ୍ଲା । କେବଳ ସମସ୍ତେ ସାମାଜିକ ଦୂରତାକୁ ରକ୍ଷା କରିବା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

hiranchal ad1
Leave A Reply

Your email address will not be published.

11 − one =