ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ

0 100

ପାରଳାଖେମୁଣ୍ଡି : ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟିର ବୈଠକ ଜିଲ୍ଲା ପାଳ ଶ୍ରୀଯୁକ୍ତ ଅନୁପମ ସାହାଙ୍କ ଅଧ୍ୟକ୍ଷତାରେ ଗ୍ରାମ୍ୟ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ପାରଳାଖେମୁଣ୍ଡି ର ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଅନ୍ୟ ମାନଙ୍କ ଭିତରେ ମାନ୍ୟବର ବିଧାୟକ, ମୋହନା ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ, ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ଶ୍ରୀ କେ ନାରାୟଣ ରାଓ ଏସପି ସାରା ଶର୍ମା, ଅତିରିକ୍ତ ଜିଲ୍ଲାପାଳ ଜ୍ଞାନରଞ୍ଜନ ଭଞ୍ଜଦେଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକଶ୍ରୀଯୁକ୍ତ ମହେଶ ଚୌଧୁରୀ ଏବଂ ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା ପ୍ରମୁଖ ମଞ୍ଚାସିନ ଥିବା ବେଳେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମନ୍ଵୟ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀଯୁକ୍ତ ସରୋଜ କୁମାର ବେହେରା,ସମସ୍ତ ତହସିଲଦାର, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭାଗୀୟ ଅଧିକାରୀ, ଗ୍ରାମ୍ୟ ଉନ୍ନୟନ, ଜଳ ସେଚନ,କ୍ଷୁଦ୍ର ଜଳ ସେଚନ, ରାସ୍ତା ଓ କୋଠା ବାଡ଼ି ,ଜନସ୍ୱାସ୍ଥ୍ୟ ବିଭାଗ, ବିଦ୍ୟୁତ ବିଭାଗ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ,ଓ ପରିମଳ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଉପସ୍ଥିତ ଥିଲେ।ପ୍ରଥମେ ଅତିରିକ୍ତ ଜିଲ୍ଲାପାଳ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଜିଲ୍ଲା ପାଳ ଙ୍କ ଅନୁମତି କ୍ରମେ ଏଜେଣ୍ଡା କ୍ରମେ ଆଲୋଚନା ଆରମ୍ଭ କରିଥିଲେ।

hiring

ପ୍ରଥମେ ଜଳ ସେଚନ ବିଭାଗ ର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ବିଭିନ୍ନ ଘାଇ ଏବଂ ନଦନଦୀ ମାନଙ୍କ ର ସମସ୍ତ କାମ ଆସନ୍ତା ୧୫ ତାରିଖ ପୂର୍ବରୁ ସରିବା ପାଇଁ ନିର୍ଦ୍ଦେଶ ଦେବା ସହ ଅସ୍ଥାୟୀ ହେଲିପେଡ ପାଇଁ ଜାଗା ଚିହ୍ନଟକରିବା ପାଇଁ କୁହାଯାଇ ଥିଲା। ଗଜପତି ଜିଲ୍ଲାକୁ ସରକାରୀ ବୋଟର ଯୋଗାଣ ନଥିବା ରୁ ଘୋର ଇ ବୋଟ ମାଲିକଙ୍କ ର ସବିଶେଷ ବିବରଣୀ ସଂଗ୍ରହ କରିବା ସହ ସେମାନଙ୍କର ପଞ୍ଜି କରଣକୁ ସୁନିଶ୍ଚିତକରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।ପରବର୍ତ୍ତୀ ମୁହୂର୍ତ୍ତରେ ବିଦ୍ୟୁତ ଯୋଗାଣ କିପରି ନିରବଚ୍ଛିନ୍ନ ହେବ ସେଇଥିପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଧାୟକ କେ ନାରାୟଣ ରାଓ ମତ ରଖିବା ସହ NFSS ଓ SFSS ହିତାଧିକାରୀଙ୍କୁ ଡାଲି କିପରି ଯଥାଶୀଘ୍ର ବଣ୍ଟାଯିବ ତା ଉପରେ ଗୁରୁତ୍ୱ ଦେଇଥିଲେ।ପୁଣି ବଂଶ ଧାରା ନଦୀ ତଟ ରେ ଆବଶ୍ୟକ ଥିବା ଗାର୍ଡୱାଲ ନିର୍ମାଣ ମରାମତି କାର୍ଯ୍ୟଯଥା ସମୟରେ ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ମୋହନା ବିଧାୟକ ଦାଶରଥି ଗମାଙ୍ଗ NFSS ଓ SFSS ହିତାଧିକାରୀଙ୍କୁ ଚାଉଳ ଓ ଡାଲି ବାଣ୍ଟିବା କାର୍ଯ୍ୟତ୍ୱରାନ୍ୱିତ କରିବାକୁ ବିଭଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେବା ସହ ତାଙ୍କ ଅଞ୍ଚଳରେ ଥିବା ସମସ୍ତ ଜଳପ୍ରକଳ୍ପ ଗୁଡିକର ତଟ କୁ ମରାମତି କରିବାକୁ ଅନୁରୋଧ କରିଥିଲେ। ପୁଣି ରାମଗିରି ଅଞ୍ଚଳରେ ଏକ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଜଣାଇ ଥିଲେ।ବିପର୍ଯ୍ୟୟ ପୂର୍ବରୁ ବିପର୍ଯ୍ୟୟ ସମୟରେ ବିପର୍ଯ୍ୟୟ ପରେ ଆବଶ୍ୟକୀୟ ପୋଲିସ କର୍ମଚାରୀଙ୍କୁ ଯୋଗାଇବା ପାଇଁ ଏସପି ସାରା ଶର୍ମା ପ୍ରତିଶ୍ରୁତି ଦେଇଥିଲେ। ବର୍ଷା ଆସିବା ପୂର୍ବରୁ ସମସ୍ତ ନଳ କୂପ ଏବଂ ପିବା ପାଣିର ଉତ୍ସ କୁ ଜୀବାଣୁ ମୁକ୍ତ କରିବା ପାଇଁ ଗ୍ରାମ୍ୟଜଳଯୋଗାଣ ଓ ପରିମଳ ନିର୍ବାହୀଯନ୍ତ୍ରୀ ଙ୍କୁ ନିର୍ଦ୍ଦେଶ ଦିଆଯାଇ ଥିଲା।ବର୍ଷା ସମୟରେ ପାରଳା ସହରକୁ ଲାଗି ରହିଥିବା ବିଭିନ୍ନ ନାଳ ମାନଙ୍କରେ ପାଣି ଆସି ସହରରେ ପଶି ଥାଏ ଏହାକୁ ରୋକିବାକୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ କ୍ଷୁଦ୍ର ଜଳ ସେଚନ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଓ ପାରଳା
ପୋୖର ପରିଷଦର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଏବଂ ପାରଳା ପୋୖର ପରିଷଦ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।ଜିଲ୍ଲାରେ ଥିବା ଅପହଞ୍ଚ ଦୁରତାରେ ଥିବା ଗ୍ରାମରେ ଷ୍ଟରେଜ ପଏଣ୍ଟ ଚିହ୍ନଟ କରିବା କୁ ଯୋଗାଣ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇ ଥିଲା।ଶେଷ ରେ ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

hiranchal ad1
Leave A Reply

Your email address will not be published.

13 + fourteen =