ସମ୍ବଲପୁର ଜିଲ୍ଲାରେ ନୂଆ ୬୮ ଜଣ ପଜିଟିଭ ଚିହ୍ନଟ

0 82

ସମ୍ବଲପୁର:ସମ୍ବଲପୁର ଜିଲ୍ଲାରେ ବିଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୬୮ ଜଣ ପଜିଟିଭ ଚିହ୍ନଟ ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ତିନି ହଜାର ପାର ହୋଇ ୩୦୫୨ରେ ଯାଇ ପହଞ୍ଚିଛି । ଏହା ସହିତ ବିଗତ ୨୪ଘଣ୍ଟା ମଧ୍ୟରେ ଆଉ ୨୬୭ ଜଣ ସୁସ୍ଥ ହୋଇଛନ୍ତି, ଏହା ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨୧୫୩ ହୋଇଛି । ଜିଲ୍ଲାରେ ଏପର୍ଯ୍ୟନ୍ତ ଅଧିକୃତ ତାଜା ସ୍ଥିତି ଅନୁସାରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି ଓ ବାକି ୮୮୪ ଜଣଙ୍କ ଚିକିତ୍ସା କୋଭିଡ ହସ୍ପିଟାଲରେ ଚାଲିଛି । କରୋନା ମୁଖ୍ୟ ଶିକାର ବର୍ତ୍ତମାନ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ଅଧିକ ଦେଖିବାକୁ ମିଳୁଛି । ସେ ଯାହାହେଉ କରୋନା ସଂକ୍ରମଣକୁ ଆୟତ୍ତରେ ରଖିବା ପାଇଁ ପ୍ରଶାସନ ପକ୍ଷରୁ ସମ୍ଭାବିତ ଅଂଚଳରେ ନିଷେଧାଦେଶ ଧାରା ୧୪୪ ଘୋଷଣା ବେଶ ଫଳବତି ହେଉଛି । ଏହି କ୍ରମରେ ଗତକାଲି ପୁଣି ୧୩ଟି ନୂଆ ଅଂଚଳରେ ଧାରା ୧୪୪ ଲଗାଯାଇଛି, ଯଦିଓ ପୂର୍ବରୁ ଘୋଷିତ ଅଂଚଳମାନଙ୍କରେ ଏହା ଯଥାବତ ବଳବତ୍ତର ରହିଛି ଓ ଏଥର ଏହାର ପରିପାଳନ କଡାକଡି ଭାବରେ କରାଯାଉଛି । ଏହାଫଳରେ ଗତ ଦୁଇ ଦିନ ଧରି ସମ୍ବଲପୁରରେ ସପ୍ସକ୍ରହଣ ନିୟନ୍ତ୍ରଣାଧିନ ରହିଛି । ସେପ୍ଟେମ୍ବର ୧ ତାରିଖରୁ ଅନଲକ ୪.୦ ଘୋଷଣା ସହିତ ସବୁଆଡେ ଦୋକାନ ବଜାର ଖୋଲିବା ଆରମ୍ଭ ହୋଇଛି । ଆଖପାଖ ସବୁ ଜିଲ୍ଲାମାନଙ୍କରେ ନୂତନ ନିୟମ ଅନୁସାରେ ଦୋକାନବଜାର ଖୋଲିବା ପାଇଁ ପ୍ରଶାସନ ପକ୍ଷରୁ ସମୟ ନିର୍ଘଣ୍ଟ ଘୋଷଣା ହୋଇଥିଲେ ମଧ୍ୟ ସମ୍ବଲପୁର ଜିଲ୍ଲା ପାଇଁ ଏପର୍ଯ୍ୟନ୍ତ ସେପରି କୌଣସି ଘୋଷଣା ହୋଇ ନ ଥିବାରୁ ଲୋକଙ୍କ ମନରେ ଦ୍ୱିଧା ରହିଛି । ଏଣୁ କିଛି ଅଂଚଳରେ ପୂର୍ବ ପରି ଦୋକାନ ବଜାର ଅପରାହ୍ନ ଦୁଇଟା ପରେ ବନ୍ଦ କରାଯାଉଛି ଓ ଏହାକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି ।

hiranchal ad1
Leave A Reply

Your email address will not be published.

one × three =