ନିମ୍ନମାନର ଖାଦ୍ୟ ଅଭିଯୋଗରେ ପ୍ରବାସୀ ଶ୍ରମିକଙ୍କ ଧର୍ମଘଟ

0 828

ବୌଦ୍ଧ: ନିମ୍ନମାନର ଖାଦ୍ୟ ଓ ସେବା ଯୋଗାଇ ଦେବାରେ ବହିରା ସଙ୍ଗରୋଧ କେନ୍ଦ୍ର ସବୁବେଳେ ଚର୍ଚ୍ଚାରେ ରହିଆସିଛି । ପ୍ରତ୍ୟେକଦିନ ନିମ୍ନମାନର ଜଳଖିଆ ଓ ଭୋଜନ ଦିଆଯାଉଥିବାର ଅଭିଯୋଗକରି ବହିରା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଖୋଲାଯାଇଥିବା ସଙ୍ଗରୋଧ କେନ୍ଦ୍ରର ୫୪ଜଣ ଅନ୍ତେବାସୀ ଧର୍ମଘଟ କରିଛନ୍ତି । ଆଜି ସକାଳୁ ତାଙ୍କୁ ଦିଆଯାଇଥିବା ଜଳଖିଆ ଓ ମଧ୍ୟାହ୍ନଭୋଜନ ମଧ୍ୟ ସେମାନେ କେହି ଗ୍ରହଣ କରିନଥିଲେ । ଜଳଖିଆ ଓ ଖାଦ୍ୟ ବାରଣ୍ଡାରେ ସେମିତି ଟେବୁଲ ଉପରେ ପଡିରହିଥିଲା । ଖବରପାଇ ବାଉଁଶୁଣୀ ପୋଲିସ ସଙ୍ଗରୋଧ କେନ୍ଦ୍ରରେ ପହଞ୍ଚି ଅନ୍ତେବାସୀଙ୍କ ସହ ଆଲୋଚନା କରିଥିଲା । ପ୍ରତ୍ୟେକଦିନ ଭିନ୍ନଭିନ୍ନ ଜଳଖିଆ ଓ ଖାଦ୍ୟ ଦେବାସହ ଉତ୍ତମ ପରିମଳ ବ୍ୟବସ୍ଥା ପରିଚାଳନା କରିବାପାଇଁ ପ୍ରତିଶ୍ରୁତି ଦେବାପରେ ଧର୍ମଘଟ ପ୍ରତ୍ୟାହୃତ ହୋଇଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ବହିରା ସରପଞ୍ଚ ପୁଷ୍ପାଞ୍ଜଳି ମେହେରଙ୍କ ସ୍ୱାମୀ ଦୁଲାଳ ମେହେର ସଙ୍ଗରୋଧ କେନ୍ଦ୍ରର ପରିଚାଳନା କରୁଥିଲେ ମଧ୍ୟ ପାଇଖାନାରେ ଫିନାଇଲ ଦେଉନଥିବା, ପଙ୍ଖା ବୁଲୁନଥିବା, ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ପାଣିର ବ୍ୟବସ୍ଥା କରୁନଥିବାର ବିଭିନ୍ନ ଅଭିଯୋଗ ଆଣି ଅନ୍ତେବାସୀମାନେ ଆନ୍ଦୋଳନ କରିଥିଲେ ।

hiranchal ad1
Leave A Reply

Your email address will not be published.

two × 5 =