୩୫ ବର୍ଷ ପରେ ଗଜପତି ଫେରିଲେ ଜଗପତି କାର୍ଜି

0 143

ପାରଳାଖେମୁଣ୍ଡି : ଜଗପତି କାର୍ଜି ଯାହାର ପ୍ରକୃତ ନାମ ଦୟା ଭୂୟାଁ ଯିଏକି ରାୟଗଡ ବ୍ଲକ ଅନ୍ତର୍ଗତ ତାଳମୁଣ୍ଡା ପଞ୍ଚାୟତର ଅବାରସିଂ ଗ୍ରାମର ସ୍ୱର୍ଗତ ମାଗତା ଭୂୟାଁଙ୍କ ପ୍ରଥମ ପୁଅ ଜଗପତି କାର୍ଜୀଙ୍କ ବାପା ମାଆ ବର୍ତ୍ତମାନ ଜୀବିତ ନାହାଁନ୍ତି କିନ୍ତୁ ତାଙ୍କର ବଡ଼ ଭାଇ ସୁକୁ ଭୂୟାଁ ଓ ଭଉଣୀ ମୁଙ୍ଗୁଳୁ ଭୂୟାଁ ଆବାରସିଙ୍ଗ ଗ୍ରାମରେ ବସବାସ କରନ୍ତି । ଆଜିକୁ ଦୀର୍ଘ ୩୫ ବର୍ଷ ତଳେ ଜଗପତି କାର୍ଜି ରୋଜଗାର କରିବା ଉଦ୍ଦେଶ୍ୟରେ ଅରୁଣାଞ୍ଚଳ ପ୍ରଦେଶ ଯାଇଥିଲେ ଓ କୌଣସି କାରଣବଶତଃ କମ୍ପାନୀ ବନ୍ଦ ହୋଇଯିବା ପରେ ସେଠାରେ ଲୋୟର ସୁବନସିରି ଜିଲ୍ଲାର ଜିରୋ ଟାଉନ ଅଂଚଳରେ ଥିବା ଜଙ୍ଗଲର ନିକଟବର୍ତ୍ତୀ ଅଂଚଳରେ ଏକାକୀ ବସବାସ କରୁଥିଲେ ଜନ୍ମସ୍ଥାନ ଓଡ଼ିଶାକୁ ଫେରିବାକୁ ଇଚ୍ଛା ଥିଲେ ମଧ୍ୟ ପଇସା ଓ ସାହାଯ୍ୟ ସହଯୋଗ ଅଭାବରୁ ସେ ଘରକୁ ଫେରି ପାରୁନଥିଲେ । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି କଥା ଜାଣିବା ପରେ ଓଡ଼ିଶା ମୋ ପରିବାରକୁ ନିର୍ଦ୍ଦେଶ ଦେଇଥିଲେ ତାଙ୍କୁ ଫେରାଇ ଆଣିବା ପାଇଁ ଓଡ଼ିଶା ମୋ ପରିବାରର ଅନୁରୋଧ କ୍ରମେ ତାଙ୍କର ପରିବାରବର୍ଗ ଗଜପତି ଜିଲ୍ଲାପାଳଙ୍କୁ ଯୋଗାଯୋଗ କରିଥିଲେ । ଓଡ଼ିଶା ମୋ ପରିବାରର ଅନୁରୋଧ କ୍ରମେ ଗଜପତି ଜିଲ୍ଲାପାଳ ସହକାରୀ ଶ୍ରମ ଅଧିକାରୀ ସୁବାଷ ଚନ୍ଦ୍ର ମଣ୍ଡଳଙ୍କୁ ଅରୁଣାଞ୍ଚଳପ୍ରଦେଶ ପଠାଇ ଥିଲେ ଓ ସାହାଯ୍ୟ ସହଯୋଗ କରିଥିଲେ । ଶ୍ରୀ ଜଗପତି କାର୍ଜି ବର୍ତ୍ତମାନ ଗାଁକୁ କୁଶଳରେ ଫେରି ଆସିଛନ୍ତି । ଜଗପତି କାର୍ଜୀଙ୍କୁ ଫେରାଇ ଆଣିବା ରେ ଲୋୟର ସୁବନସିରି ଜିଲ୍ଲା ପ୍ରଶାସନ ଓ ରୋବୁଆମ୍ମା ବହୁତ ସାହାଯ୍ୟ ଓ ସହଯୋଗ କରିଥିଲେ ବୋଲି ଶନିବାରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା ।

hiranchal ad1
Leave A Reply

Your email address will not be published.

fourteen − twelve =