ସମ୍ବଲପୁରରେ ଆଜି ୧୦୨ ଜଣ ପଜିଟିଭ ଚିହ୍ନଟ,ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୯୫ ହେଲା

0 104

ସମ୍ବଲପୁର : ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ନୂଆ ୧୦୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୪୫ ହୋଇଛି, ଏମାନଙ୍କ ମଧ୍ୟରୁ ୧୬୮୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୧୪ ଜଣଙ୍କ ମୃତ୍ୟୁ ହୋଇଛି ତଥା ବାକି ୧୦୪୨ ଜଣଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଗତ ଦିନକ ପରେ ଏଠାରେ କରୋନାରେ ପୁଣି ଶତାଧିକ ଆକ୍ରାନ୍ତ ହୋଇ ଥିବାରୁ ଜିଲ୍ଲା ପ୍ରଶାସନ ସହିତ ଜନସାଧାରଣଙ୍କ ଚିନ୍ତା ନିଶ୍ଚିତ ଭାବେ ବଢ଼ିଯାଇଛି କିନ୍ତୁ ସେହି ଅନୁସାରେ ସଚେତନତା ବଢ଼ି ନାହିଁ । ଗତକାଲି ଦିନସାରା ଲୋକେ ଯେପରି ଭାବେ ଜନଗହଳି କରି ମହାନଦୀରେ ପ୍ରବାହିତ ବନ୍ୟା ପରିଦୃଶ୍ୟ ଉପଭୋଗ କରିଛନ୍ତି, ସେଥିରୁ ଏହା ସ୍ପଷ୍ଟ ହୋଇଯାଇଛି । ଆଜି ପୁଣି ମୁହରମ ନାଁ ରେ ବଜାର ରେ ଜନଗହଳି ବଢ଼ି ଯାଇଛି, ସେଥିରୁ ଆଶଙ୍କା ଘନିଭୂତ ହେଉଛି ଯେ ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିପାରେ । ପ୍ରଶାସନ ପକ୍ଷରୁ କରାଯାଇଥିବା ପୂର୍ବ ଘୋଷଣା ଅନୁସାରେ ଗତକାଲି ଶନିବାର ସହିତ ଆଜି ରବିବାର ଦିନ ଶଟଡାଉନ ରହିବା କଥା । ଏହିରେ କିଛି ପରିବର୍ତ୍ତନ କରାଯାଇଛି ବୋଲି ମଧ୍ୟ ସୂଚନା ଜାରି କରା ଯାଇନାହିଁ, କିନ୍ତୁ ଆଜି ସକାଳୁ ଦୋକାନ ବଜାର ସବୁ ସ୍ୱଭାବିକ ରୂପେ ଖୋଲି ଯାଇଛି । କରୋନା ପରି ଏତେ ସଂକ୍ରାମକ ରୋଗକୁ ପ୍ରତିରୋଧ ଓ ନିୟନ୍ତ୍ରଣ ପାଇଁ ଯେଉଁ ପରିମାଣରେ ସାବଧାନତା ଓ ସଚେତନତା ଆବଶ୍ୟକ, ତାହା ତ କିଞ୍ଚିତ ଦୃଷ୍ଟି ଗୋଚର ହେଉନାହିଁ ।

hiranchal ad1
Leave A Reply

Your email address will not be published.

four + four =