ଗଞ୍ଜେଇ ଚୋରା ବେପାରୀଙ୍କୁ ଫରକ ପଡୁନି ଲକ୍‌ଡାଉନ

0 986

ବୌଦ୍ଧ: ଲକ୍‌ଡାଉନ ସମୟରେ ସାଧାରଣ ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ମାଦକ ଦ୍ରବ୍ୟର ଚୋରା ଚାଲାଣକାରୀଙ୍କୁ ଏହାର କୌଣସି ଫରକ ପଡୁନଥିବା ସାରା ବୌଦ୍ଧଜିଲ୍ଲାରେ ଦେଖିବାକୁ ମିଳୁଛି । ଗଞ୍ଜେଇ ଭଳି ନିଷିଦ୍ଧ ମାଦକ ଦ୍ରବ୍ୟ ଧରି ଦିନ ଦ୍ୱିପ୍ରହରରେ ପ୍ରତ୍ୟେକଦିନ ଚୋରାଚାଲାଣ ହେଉଥିବାବେଳେ ପୋଲିସ କିଭଳି ଜାଣିପାରୁନାହିଁ ତାହା ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟିକରୁଛି ।
କଣ୍ଟାମାଳ ବ୍ଲକ ମଲ୍ଲିକୁଦରୁ କନ୍ଧମାଳ ଜିଲ୍ଲାର ବାଲନ୍ଦାପଡା ଅଞ୍ଚଳକୁ ଯାଇଥିବା ରାସ୍ତାରେ ବେଧଡକ ଭାବେ ଚାଲିଛି ଗଞ୍ଜେଇ ଚୋରାଚାଲାଣ । ୪/୫ଟି ଲେଖାଏଁ ବାଇକରେ ଦଳବଦ୍ଧ ହୋଇ ଚୋରା ବେପାରୀମାନେ ବସ୍ତାବସ୍ତା ଗଞ୍ଜେଇ ବୋହି ନେଉଥିବା ଏ ରାସ୍ତାରେ ସାଧାରଣ ଘଟଣା । ବାଇକରେ ଗଞ୍ଜେଇ ଆଣି ତେଲନଦୀର ତବଡା, ମଲ୍ଲିକୁଦ ଓ ବେହେରାମୁହାଣ ଆଦି ଘାଟରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅଞ୍ଚଳକୁ ପାର କରାଇ ସେଠାରୁ ରାଜ୍ୟ ଓ ରାଜ୍ୟବାହାରେ ଅନେକ ସ୍ଥାନକୁ ଚାଲାଣ କରୁଥିବା ସୂଚନା ମିଳିଛି ।
ପୋଲିସ ଓ ଅବକାରୀ ବିଭାଗ ଗଞ୍ଜେଇ ଚୋରାଚାଲାଣ ସଂପର୍କରେ ଜାଣି ମଧ୍ୟ ନିରବ ରହିବା ଜନସାଧାରଣରେ ସେମାନଙ୍କର ସଂପୃକ୍ତିକୁ ନେଇ ସନ୍ଦେହ ସୃଷ୍ଟି ହେଉଛି । ଅବକାରୀ ଓ ପୋଲିସ ଅଧୀକ୍ଷକ ଏ ଦିଗରେ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

three × four =