୪ବର୍ଷରେ ବି ସଂପୂର୍ଣ୍ଣ ହୋଇପାରୁନି ଅଙ୍ଗନୱାଡି କେନ୍ଦ୍ର

0 375

ବୌଦ୍ଧ:ବୌଦ୍ଧବ୍ଲକ ବାଉଁଶୁଣୀ ଗ୍ରାମପଞ୍ଚାୟତର ଡିମିରିପାଲି ଗ୍ରାମରେ ଗତ ୨୦୧୬-୧୭ ଆର୍ଥିକ ବର୍ଷରୁ ଅଙ୍ଗନୱାଡି କେନ୍ଦ୍ରର ନିର୍ମାଣକାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ୪ବର୍ଷ ଭିତରେ ସଂପୂର୍ଣ୍ଣ ହୋଇନପାରିବା ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରୁଛି । ମିଳିଥିବା ସୂଚନା ଅନୁଯାୟୀ ବାଉଁଶୁଣୀ ପଞ୍ଚାୟତ ଦାୟିତ୍ୱରେ ଥିବା ବୌଦ୍ଧବ୍ଲକ କାର୍ଯ୍ୟାଳୟର କନିଷ୍ଠଯନ୍ତ୍ରୀ ଶ୍ରୁତି ରଂଜନ ସେଠୀଙ୍କ ନାମରେ ଏହି ଅଙ୍ଗନୱାଡି ଘର ନିର୍ମାଣର କାର୍ଯ୍ୟାଦେଶ ଥିଲା । ଅସଂପୂର୍ଣ୍ଣ ହୋଇ ଗୃହନିର୍ମାଣ କାର୍ଯ୍ୟ ପଡିରହିଥିଲେ ମଧ୍ୟ ତାହାକୁ ସଂପୂର୍ଣ୍ଣ କରିବାପାଇଁ ପଞ୍ଚାୟତ କିମ୍ବା ବ୍ଲକ ପ୍ରଶାସନ କୌଣସି ଦୃଷ୍ଟି ଦେଉନଥିବାରୁ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଘର ନଥିବାରୁ ୫୦ରୁ ଉର୍ଦ୍ଧ୍ୱ ଅଙ୍ଗନୱାଡି ଛାତ୍ରଛାତ୍ରୀ ଗ୍ରାମର କ୍ଲବ ଘରେ ପାଠ ପଢିବାପାଇଁ ବାଧ୍ୟ ହେଉଥିବା ଦେଖିବାକୁ ମିଳୁଛି ।
ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ଅସଂପୂର୍ଣ୍ଣ କାମକୁ ସଂପୂର୍ଣ୍ଣ କରିବାକୁ ଡିମିରିପାଲି ଗ୍ରାମବାସୀ ଜିଲ୍ଲାପାଳ ଓ ବୌଦ୍ଧବ୍ଲକ ବିଡିଓଙ୍କୁ ଦାବି କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଜେଇ ଶ୍ରୀ ସେଠୀ ବୌଦ୍ଧବ୍ଲକରୁ କଣ୍ଟାମାଳ ବ୍ଲକକୁ ବଦଳି ହୋଇ ଚାଲିଗଲେଣି ।

hiranchal ad1
Leave A Reply

Your email address will not be published.

seventeen + fourteen =