ରଥଯାତ୍ରା ବନ୍ଦକୁ ନେଇ ଏମିତି କହିଲେ ବିରୋଧୀ ଦଳ ନେତା

0 103

ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ବନ୍ଦ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ସେ କହିଛନ୍ତି ଯେ, ରଥଯାତ୍ରା ନ କରିବାକୁ ସରକାରଙ୍କର ଆଗରୁ ଯୋଜନା ଥିଲା । ମୁକ୍ତିମଣ୍ଡପ ଓ ଶଙ୍କରଚାର୍ଯ୍ୟଙ୍କ ସହ କଥା ହୋଇ ଏ ସଂପର୍କରେ ନିଷ୍ପତ୍ତି ନେଇଥାଇପାରିଥାନ୍ତେ । ସାମାଜିକ ଦୂରତ୍ୱ ରଖି ରଥ ଟଣାଯାଇପାରିଥାନ୍ତା । ନିୟମ ମାନି ଏହାକୁ କରାଯାଇଥିଲେ ଅସୁବିଧା ହୋଇ ନଥାନ୍ତା, ତେବେ ସୁପ୍ରିମକୋର୍ଟ ଯାଇ ଆଳ ଦେଖାଇ ମନା କରିବା ଅର୍ଥ ଅନ୍ୟ ମାଧ୍ୟମରେ ଅଠା ବୋଳିବା । ମୁହଁ ନ ଖୋଲି ରଥଯାତ୍ରା ବନ୍ଦ କଲେ ଜଗନ୍ନାଥ ସବୁ ଦେଖୁଛନ୍ତି । କିଏ ରଥଯାତ୍ରା ବନ୍ଦ କରିବାର ମୁଖ୍ୟ ପୁରୋଧା ଜଗନ୍ନାଥ ତାହା ବିଚାର କରିବେ ବୋଲି ବିରୋଧୀ ଦଳ ନେତା ଶ୍ରୀ ନାୟକ କହିଛନ୍ତି ।

hiranchal ad1
Leave A Reply

Your email address will not be published.

4 + sixteen =