ବୋଲେରୋ ଧକ୍କାରେ ପୁତୁରା ମୃତ, କକା ଗୁରୁତର

0 263

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡ଼ା ମହିଳା ମହାବିଦ୍ୟାଳୟ ନିକଟରେ ଅଜଣା ବୋଲେରୋ ଧକ୍କାରେ ଜଣେ ମୃତ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି । ଉଭୟଙ୍କ ସଂପର୍କ କକା ପୁତୁରା ବୋଲି ଜଣାପଡିଛି । ମୃତ ପୁତୁରା ଯୋଡ଼ା, ବନେଇକଳା ଅଂଚଳର ୧୩ ବର୍ଷୀୟ କରନ ଦାସ ବୋଲି ଜଣାପଡିଛି । ଆଜି ମଧ୍ୟାହ୍ନ ସମୟରେ ଉଭୟ ନାବାଳକ କକା ପୁତୁରା ମୁଖାର୍ଜୀ ହଟିଂରେ ଥିବା ମାମୁଁ ଘରକୁ ଚାଲିଚାଲି ଯାଉଥିବା ବେଳେ ଏକ ଧଳା ବୋଲେରୋ ସେମାନଙ୍କୁ ଧକ୍କାଦେଇ ପଳାଇଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି । ଦୁର୍ଘଟଣା ପରେ ଉଭୟଙ୍କୁ କମାରଯୋଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର, କରନକୁ ମୃତ ଘୋଷଣା କରିଥିଲେ । ତେବେ ୧୭ ବର୍ଷୀୟ କକା ଗଣେଶ ଦାସର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଯୋଡ଼ା ପୋଲିସ ଘଟଣାର ତଦନ୍ତ ଚଳାଇଛି ।

hiranchal ad1
Leave A Reply

Your email address will not be published.

five + six =