କରୋନା ଯୋଦ୍ଧାଙ୍କୁ ସମ୍ମାନ

0 100

କରୋନା ମୁକାବିଲା ପାଇଁ ଲକ୍ ଡାଉନ୍ କାରଣରୁ ଗରିବ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଭିନ୍ନ ଗରିବ କଲ୍ୟାଣ ଯୋଜନାମାନ ପ୍ରସ୍ତୁତ କରିଛନ୍ତି। ତଥାପି ଅନେକ ଲୋକ ବିଭିନ୍ନ କାରଣରୁ ଏଥିରୁ ବଞ୍ଚିତ ହେଉଛନ୍ତି। ଏମାନଙ୍କୁ ଅନେକ ଅଗ୍ରଣୀ ସଂଗଠନ ମଧ୍ୟ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଦେଇ ସହଯୋଗ କରୁଛନ୍ତି। ଏହି ବିପତ୍ତି ବେଳେ ଦେଶର ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦିଙ୍କ ପଞ୍ଚସୂତ୍ରୀ କାର୍ଯ୍ୟକ୍ରମ ଆହ୍ବାନରେ “ଫିଡ୍ ଦି ନିଡି” ବା ଗରିବଙ୍କୁ ଅନ୍ନଦାନ ଯୋଜନା ଅନୁଯାୟୀ ଖୋର୍ଦ୍ଧା ନିର୍ବାଚନମଣ୍ତଳୀ ବିଜେପି ତରଫରୁ ସ୍ଥାନୀୟ କାଇପଦର ପଞ୍ଚାୟତରେ ଦୁଇଟି ବସ୍ତିରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି।

hiring

ବିଜେପି ମଧ୍ୟ- ଖୋର୍ଦ୍ଧା ମଣ୍ତଳର ସଭାପତି ଶ୍ରୀ ମାନସ ରଂଜନ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ କାଇପଦର ଏବଂ ଦଧିମାଛଗାଡିଆ ହରିଜନ ସାହିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ କାଳୁ ଖଣ୍ତେଇତରାୟ ଉପସ୍ଥିତ ରହି ଗରିବ ଲୋକମାନଙ୍କୁ ଚାଉଳ, ଡାଲି, ଚୂଡା, ଚିନି ଏବଂ ସାନିଟାଇଜର୍ ଭାବେ ପ୍ରତ୍ୟେକ ଲୋକଙ୍କୁ ସାବୁନ୍ ଆଦି ପ୍ରଦାନ କରିଛନ୍ତି। ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ଶ୍ରୀରଂଜନ ମଙ୍ଗରାଜଙ୍କ ଉପସ୍ଥିତିରେ ଉକ୍ତ କାର୍ଯ୍ୟକ୍ରମରେ ମଣ୍ତଳ ସାଧାରଣ ସମ୍ପାଦକ ରଂଜନ କୁମାର ବରାଳ, ଉପସଭାପତି ଅଶ୍ବିନୀ ସାମନ୍ତରାୟ, ଯୁବନେତା କିଶୋର ବରାଳ, ବିଶ୍ବଭୂଷଣ ପଟ୍ଟନାୟକ, ସନାତନ ପାତ୍ର, ପଞ୍ଚାୟତ ପ୍ରମୁଖ ଶ୍ରୀ ପଦ୍ମଚରଣ ମାନସିହଁ, ସହପ୍ରମୁଖ ବିଶ୍ବନାଥ ପାଇକରାୟ ଓ ସ୍ଥାନୀୟ ୱାର୍ଡମେମ୍ବର ଦ୍ବୟଙ୍କ ସମେତ ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ। ଏହା ପରେ ଶ୍ରୀ କାଳୁ ଚରଣ ଖଣ୍ତେଇତରାୟ ନେତୃତ୍ବରେ ଖୋର୍ଦ୍ଧା ସଦର ଥାନାର ଅଧିକାରିଣୀ ଶ୍ରୀମତୀ ଅନିତା ସାହୁ ଏବଂ ଥାନାର ସମସ୍ତ ଅଧିକାରୀମାନଙ୍କୁ ସେମାନଙ୍କର ନିଃସ୍ବାର୍ଥପର ଓ ନିରବଛିନ୍ନ ସେବାପାଇଁ “କରୋନାଯୋଦ୍ଧା” ଭାବେ ଉପଢୌକନ ଓ କୃତଜ୍ଞତାପତ୍ର ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା।

hiranchal ad1
Leave A Reply

Your email address will not be published.

5 + twelve =