ରେଳମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ଦେଲେ ସୋନପୁର କ୍ରିୟାନୁଷ୍ଠାନ କମିଟି

0 250

ସୁବର୍ଣ୍ଣପୁର : କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କ ବଲାଙ୍ଗୀର ଗସ୍ତ ବେଳେ ତାଙ୍କୁ ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପ ସୁବର୍ଣ୍ଣପୁର ଶାଖା କମିଟି ପକ୍ଷରୁ ଏକ ପ୍ରତିନିଧି ଦଳ ତାଙ୍କୁ ଭେଟି ଏକ ସ୍ମାରକପତ୍ର ଦେଇଥିଲେ। କମିଟିର ସଭାପତି ଗୋବିନ୍ଦ ମହାରଣା, ସଂପାଦକ ଶ୍ୟାମାଓଁ ପ୍ରସାଦ ମିଶ୍ର ଓ ସଭ୍ୟ ନାଟ୍ୟଶ୍ରୀ ଗଦାଧର ବାରିକ ପ୍ରମୁଖ ମନ୍ତ୍ରୀ ଙ୍କୁଭେଟି ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ର ଅଗ୍ରଗତି ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। କମିଟି ସଦସ୍ୟ ଙ୍କ ସହ ଆଲୋଚନା ବେଳେ ତାଙ୍କୁ ଏକ ସୋନପୁର ରେ ପ୍ରସ୍ତୁତ ବାନ୍ଧ ରେ ନିର୍ମିତ ଏକ ଜାକେଟ ପ୍ରଦାନକରିଥିଲେ ଯେଉଁ ଥିରେକି ସେ ପରିଧାନ କରିବାପରେ ଅତ୍ୟନ୍ତ ଖୁସି ପ୍ରକଟ କରିଥିଲେ। ସେହିପରି ତାଙ୍କୁ ସୁବର୍ଣ୍ଣ ପୁର ର ସ୍ୱତନ୍ତ୍ର ଟେରାକୋଟା ନିର୍ମିତ ମାଟି ହନୁମାନ ଓ ଉତ୍ତରୀୟ ପ୍ରଦାନ କରିଥିଲେ। ପ୍ରତିନିଧିଦଳ ପ୍ରଦାନ କରିଥିବା ସ୍ମାରକପତ୍ର କୁ ମନ୍ତ୍ରୀ ଅନୁଧ୍ୟାନ କରିବାପରେ ଆସନ୍ତା ୨୦୨୩ ସୁଦ୍ଧା ଏଇ ରେଳପ୍ରକଳ୍ପ ସଂପୂର୍ଣ୍ଣ ହୋଇ ରେଳ ଗଡିବ ବୋଲି ପ୍ରକାଶ କରିଥିଲେ। ଏପରିକି ସୋନପୁର ରେଳ ଷ୍ଟେସନ କୁ ସନ୍ଥକବି ଭୀମଭୋଇଙ୍କ ନାମରେ ନାମିତ କରିବାପାଇଁ କରାଯାଇଥିବା ଦାବି କୁ ସିକୃତି ପ୍ରଦାନ କରିବାସହ ସୁବର୍ଣ୍ଣ ପୁର ର କଳାସଂସ୍କୃତି ହସ୍ତତନ୍ତ ଇତ୍ୟାଦି ର ନିଦର୍ଶନ କୁ ସୋନପୁର ରେଳଷ୍ଟେସନ ରେ ସ୍ଥାନୀତ କରି ଏହାକୁ ଏକ ସଂସ୍କୃତି ସଂପନ୍ନ ଷ୍ଟେସନ ଭାବେ ପରିଗଣିତ କରିବାପାଇଁ ସେ ମତ ରଖିଥିଲେ ଓ ସେ ଖୁବଶୀଘ୍ର ସୋନପୁର ଆସିବେ ବୋଲି ପ୍ରତିନିଧି ଦଳଙ୍କୁ କହିଥିଲେ। ଏପରିକି ସମ୍ବଲପୁର – ସୋନପୁର -ବ୍ରହ୍ମପୁର ନୂଆ ରେଳଲାଇନ ମଞ୍ଜୁର ଦାବିକୁ ବିଭାଗୀୟ ଅଧିକାରୀ ଙ୍କସହ ଆଲୋଚନା କରି ନିଷ୍ପତ୍ତି ନେବେବୋଲି ପ୍ରକାଶ କରିଥିଲେ। କେନ୍ଦ୍ର ରେଳମନ୍ତ୍ରୀ ଙ୍କ ଏପରି ସକାରାତ୍ମ କ ମତ ଯୋଗୁଁ ଏ ଅଞ୍ଚଳର ବୁଦ୍ଧିଜୀବୀ ଆନନ୍ଦ ପ୍ରକଟ କରିଥିବା ବେଳେ ଖୁବଶୀଘ୍ର ଖୋର୍ଦ୍ଧା -ବଲାଙ୍ଗୀର ରେଳପଥ ସଂପୂର୍ଣ୍ଣ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି।

hiranchal ad1
Leave A Reply

Your email address will not be published.

eleven − 6 =