ସମାଜସେବାରେ ନିଜକୁ ସର୍ମପଣ କରିଦେଇଛନ୍ତି ମିଲନ ପାଇକରାୟ

0 121

ଭୁବନେଶ୍ୱର : ଶ୍ରୀ ମହାବୀର ସାମାଜିକ ସଂଗଠନ ର ସଦସ୍ୟ ମାନେ ସବୁବେଳେ ବିଭିନ୍ନ ସାମାଜିକ କାମରେ ନିଜକୁ ନିୟୋଜିତ କରିଥାନ୍ତି, କେତେବେଳେ ରକ୍ତଦାନ କରି କାହା ଜୀବନ ବଞ୍ଚାଇଥାନ୍ତି ତ କେତେବେଳେ ରକ୍ତଦାନ ଶିବିର ଆୟୋଜନ କରିଥାନ୍ତି, ପରିବେଶ କୁ ଭଲ ରଖିବା ପାଇଁଁ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ, ବନ୍ୟା ବାତ୍ୟା ବେଳେ ଲୋକମାନଙ୍କୁ ରିଲିଫ ସାମଗ୍ରୀ ଯୋଗାଇବା ସହ ଗରିବ ଲୋକମାନଙ୍କୁ ମଧ୍ୟ ସାହାଯ୍ୟର ହାତ ବଢାଇଥାନ୍ତି, ସେହିପରି ଭାବେ ଲକଡାଉନ୍ ଠାରୁ ଆଜି ପର୍ଯ୍ୟନ୍ତ ନିଜ ଜୀବନକୁ ବାଜି ଲଗାଇ ବହୁତ କାମ ମଧ୍ୟ କରିଚାଲିଛନ୍ତି ଯଥା ଅଂଚଳକୁ ସାନିଟାଇଜ, ଲୋକ ମାନଙ୍କୁ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ପ୍ରଦାନ ସଫେଇ କର୍ମଚାରୀ ଓ ବିଏମସି କର୍ମଚାରୀଙ୍କୁ କରନା ଯୋଦ୍ଧା ସମ୍ମାନ, ମାଷ୍କ ବଣ୍ଟନ କାର୍ଯ୍ୟକ୍ରମ ସହ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଅନୁରୋଧ କରି ଅଞ୍ଚଳରେ ଅସ୍ଥାୟୀ କୋଭିଡ ପରୀକ୍ଷଣ କେନ୍ଦ୍ର ଓ ଅଂଚଳକୁ ସଂଗଠନ ର ସଦସ୍ୟ ମାନେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସାନିଟାଇଜ୍ କରିବା ସହ ବିଏମସି କୁ ଅନୁରୋଧ କରି ଅଂଚଳରେ ଲାଇଟ୍ ମରାମତି ମଧ୍ୟ କରିଛନ୍ତି । ସେହିପରି ଭାବେ ନୟାପଲ୍ଲୀ ୱାର୍ଡ ନମ୍ୱର୍ ୩୯ ଅଧୀନରେ ଥିବା ନୂଆସାହିର ଏଚ୍‌ଡୀଏଫ୍‌ସି ବ୍ୟାଙ୍କ୍ ଛକ ଠାରୁ ବୀର ମହାରଣାଙ୍କ ଛକ ପର୍ଯ୍ୟନ୍ତ ରାସ୍ତା ରେ କିଛି ଖାଲ ଥିଲା ଯାହା ମହାବୀର ସାମାଜିକ ସଂଗଠନର ସାଧାରଣ ସମ୍ପାଦକ, ସମାଜସେବୀ,ତଥା ବିଜୁ ଜନତା ଦଳର ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସମ୍ପାଦକ ମିଲନ କୁମାର ପାଇକରାୟଙ୍କ ନେତୃତ୍ୱରେ ମରାମତି ହୋଇଥିଲା । ଆଜି ଏ କରୋନା ମହାମାରୀ ସମୟରେ ନୟାପଲ୍ଲୀ ୱାର୍ଡ ନମ୍ୱର୍ ୩୯ରେ ପ୍ରାୟ ୨୦୦ ରୁ ଉର୍ଦ୍ଧ ପରିବାରଙ୍କୁ ତାଙ୍କ ସହଯୋଗୀ ମାନଙ୍କୁ ଧରି ଶ୍ରୀ ପାଇକରାୟ ବ୍ଲିଚିଂ ପାଉଡର ବଣ୍ଟନ କରିଥିଲୋ । ବଞ୍ଚିଥିବା ପର୍ଯ୍ୟନ୍ତ ସଂଗଠନ ର ସମସ୍ତ ସଦସ୍ୟ ମାନଙ୍କ ସହଯୋଗରେ ସମାଜ ପାଇଁ ସବୁବେଳେ ଭଲ କାର୍ଯ୍ୟ ଜାରିରଖିବେ ବୋଲି ଶ୍ରୀ ପାଇକରାୟ ସୂଚନା ଦେଇଛନ୍ତି । ସମସ୍ତ କାର୍ଯ୍ୟ ପାଇଁ ସହଯୋଗ ର ହାତ ବଢ଼ାଇଥିବା ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସହ ସାମାଜିକ ସଂଗଠନର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ୍ ଦେବା ସହ ବିଭିନ୍ନ କାର୍ଯ୍ୟ କରିବା ପାଇଁ ୱାର୍ଡ ନମ୍ୱର୍ ୩୯ ର ଜନସାଧାରଣ ମାନେ ଶ୍ରୀ ପାଇକରାୟଙ୍କୁ ଓ ତାଙ୍କ ସଂଗଠନ ର ସଦସ୍ୟ ମାନଙ୍କୁ ଉତ୍ସାହିତ କରିଥିବାରୁ ୱାର୍ଡ ବାସୀଙ୍କ ନିକଟରେ ସବୁବେଳେ ଚିରୋଋଣୀ ବୋଲି ଶ୍ରୀ ପାଇକରାୟ ଓ ସଂଗଠନ ର ସମସ୍ତ ସଦସ୍ୟ କହିଛନ୍ତି ।

hiranchal ad1
Leave A Reply

Your email address will not be published.

9 + sixteen =