ଲାଞ୍ଚ ମାଗି ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ସରାମୁଳି ପଞ୍ଚାୟତ ନିର୍ବାହୀ ଅଧିକାରୀ

0 349

ଦାରିଙ୍ଗବାଡି:କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ସରାମୁଳି ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଟାଇଟସ ନାୟକଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଲାଞ୍ଚ ନେବା ଘଟଣାରେ ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କଲେ। ଦାରିଙ୍ଗବାଡି ବ୍ଲକ ସରାମୁଳି ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଟାଇଟସ ନାୟକ ଉକ୍ତ ପଞ୍ଚାୟତ ଅନ୍ତର୍ଗତ ତରଗାବାଲି ଗ୍ରାମର ସାଦେ ମାଝୀଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଦଶ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏଥିରେ ସାଦେ ମାଝୀ ପୁଅ ଧର୍ମେନ୍ଦ୍ର ମାଝୀଙ୍କ ଜରିଆରେ ଟଙ୍କା ପଠାଇଥିବା କହି ଥିଲେ । ଆଜି ଅପରାହ୍ନ ପ୍ରାୟ ସାଡ଼େ ଗୋଟିଏ ସମୟରେ ଧର୍ମେନ୍ଦ୍ର ଦାଶ ହଜାର ଟଙ୍କା ବ୍ଳକ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଟାଇଟସ ନାୟକଙ୍କୁ ପ୍ରଦାନ କରିବା ସମୟରେ ଭିଜିଲାନ୍ସ ହାତରେ ଧାରା ପଡ଼ିଥିଲେ ।ଏହି ଚଡ଼ାଉରେ ଫୁଲବାଣୀ ଡିଏସପି ଅରୁଣ କୁମାର ନାୟକ, ବ୍ରହ୍ମପୁର ଡିଏସପି ସବିତାଞ୍ଜଳି ନାୟକ, ଇନ୍ସପେକ୍ଟର ରାଜେନ୍ଦ୍ର କୁମାର ନାୟକ , କଂଷ୍ଟେବଲ ନାରାୟଣୀ ସେଠୀ, ସାନ୍ତୁନ କୁମାର ବେହେରା ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

twelve − three =