ଜାଲ୍ ନମ୍ବର୍ ବୋଲେରୋ ଧକ୍କାରେ ବାଇକ ଆରୋହୀ ଆହତ

0 2,064

ବୌଦ୍ଧ/ବାଉଁଶୁଣି – ଆଜି ଦିନ ପ୍ରାୟ ଘ 11. 30 ମିନିଟ ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ଗୁଦୁଗୁଦା ନିକଟରେ ଜାଲ୍ ନମ୍ବର୍ ଥିବା ଗୋଟିଏ ବଲେରୋ ଧକ୍କାରେ ଜଣେ ବାଇକ ଆରୋହୀ ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ସୋନପୁରରୁ ବୌଦ୍ଧ ଅଭିମୁଖେ ଆସୁଥିବା ଓଡି 27 3888 ବଲେରୋ ସାମ୍ନାରୁ ଆସୁଥିବା ଗୋଟିଏ ବାଇକକୁ ଧକ୍କା ଦେଇଥିଲା l ଫଳରେ ବାଇକ ଚାଳକ ବୌଦ୍ଧ ସହର ବାବୁସାହିର କାନନ ଖମାରୀ ଆହତ ହେବା ସହ ତାଙ୍କ ପତ୍ନୀ ଓ 3 ବର୍ଷର ଝିଅ ଅଳ୍ପକେ ରକ୍ଷାପାଇ ଯାଇଥିବା ଜଣାପଡିଛି l ଆହତଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି |
ଦୁର୍ଘଟଣା ଘଟାଇଥିବା ବୋଲେରୋ ଡ୍ରାଇଭର ଦୁର୍ଘଟଣା ପରେ ଉଚ୍ଚ ରକ୍ତଚାପର ଶିକାର ହୋଇ ଦୁର୍ଘଟଣା ସ୍ଥଳରେ ଅସୁସ୍ଥ ହୋଇ ପଡିଥିଲେ l ସ୍ଥାନୀୟ ଲୋକେ ତାଙ୍କୁ 108 ଆମ୍ବୁଲାନସ୍ ଡକାଇ ବlଉଁଶୁଣି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦିନ ଘ. 11. 35 ମିନିଟ ଭର୍ତ୍ତି କରିଥିଲେ | ପରେ ପରେ ଡ୍ରାଇଭର ଦୁର୍ଘଟଣା ଘଟାଇଥିବା ବୋଲେରୋ ଧରି ଫେରାର ମାରିଥିଲା l ସରକାରଂକ ବାହାନ ପୋର୍ଟାଲରେ ସର୍ଚ୍ଚ କରିବାରେ ଜଣାପଡିଛି ଯେ ବୋଲେରୋରେ ଲାଗିଥିବା ନମ୍ବର୍ ପ୍ଲେଟ୍ ଗୋଟିଏ ମାରୁତି ଓମିନି ଗାଡିର l ଡାକ୍ତରଖାନା ରେକର୍ଡ ଅନୁଯାୟୀ ଡ୍ରାଇଭରଙ୍କ ନାମ ଜଗୁଲାଲ୍ ମୁଣ୍ଡା(45), ପିତା – ଗଜିନ୍ଦ୍ର ମୁଣ୍ଡା ଓ ଘର ବଲାଙ୍ଗୀର ଜିଲ୍ଲା ଲଛି ପାଲି ବୋଲି ସୂଚନା ମିଳିଛି l ଜାଲ ନମ୍ବରରେ ଗାଡ଼ି ଚଳାଉଥିବାରୁ ଦୁର୍ଘଟଣା ପରେ ପୋଲିସ୍ କାର୍ଯ୍ୟାନୁଷ୍ଠାନରୁ ବଞ୍ଚିବା ପାଇଁ ଡ୍ରାଇଭର ଗାଡ଼ି ଧରି ଫେରାର ମାରିଥିବା ଆଲୋଚନା ହେଉଛି l

hiranchal ad1
Leave A Reply

Your email address will not be published.

19 + nineteen =