ଆର୍ଥିକ ସଂକଟରେ ଏମ୍‌ବିବିଏସ୍ ଛାତ୍ର : ୨ବର୍ଷ ପରେ ବି ସ୍କଲାରସିପ୍ ମିଳିନି

0 199

ଆଠମଲ୍ଲିକ: ପଢିବାର ଇଚ୍ଛା ଥିଲେ ମଧ୍ୟ ବହୁ ଛାତ୍ରଛାତ୍ରୀ ଅର୍ଥ ଅଭାବରୁ ଏବଂ ସରକାରୀ ସହାୟତା ନମିଳିବା କାରଣରୁ ପଢା କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାଠ ପଢିବା ଜାରି ରଖିବା ସେମାନଙ୍କ ପକ୍ଷେ ଅସମ୍ଭବ ହୋଇପଡୁଛି । ଏଭଳି ଜଣେ ଛାତ୍ର ହେଉଛନ୍ତି ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ କିଆକଟା ପଞ୍ଚାୟତ ଅନ୍ତର୍ଗତ ନୂଆପଡା ଗ୍ରାମର ଅଇଁଠୁ ବାଦୀଙ୍କ ପୁଅ ବିକାଶ ବାଦୀ । ବିକାଶଙ୍କ ଘରର ଆର୍ଥିକ ସ୍ଥିତି ଅତି ଖରାପ । ଅତି ଗରିବ ଘର ହୋଇଥିବାରୁ ଚଳିବା ମଧ୍ୟ କଷ୍ଟକର । ସରକାରଙ୍କଠାରୁ କୌଣସି ସହାୟତା ମଧ୍ୟ ମିଳୁନାହିଁ । ଏଭଳି ସ୍ଥିତିରେ କଷ୍ଟେମଷ୍ଟେ ବିକାଶ କଟକ ଏସ୍‌ସିବି ମେଡିକାଲ କଲେଜରେ ଏମ୍‌ବିବିଏସ୍ ପଢୁଛନ୍ତି । ଏବେ ସେ ଦ୍ୱିତୀୟ ବର୍ଷର ଛାତ୍ର । ପାଠପଢାକୁ ଜାରି ରଖିବା ପାଇଁ ସେ ସ୍କଲାରସିପ୍ ପାଇଁ ଆବେଦନ କରିଥିଲେ । କିନ୍ତୁ କେନ୍ଦୁଲିଫ୍ ଅଫିସରୁ ୨୦୧୮ରୁ ଏ ପର୍ଯ୍ୟନ୍ତ ସ୍କଲାରସିପ୍ ଟଙ୍କା ମିଳିନାହିଁ । ଆଶ୍ଚର୍ଯ୍ୟର କଥା ଯେ, ଅଫିସ ରେକର୍ଡରେ ତାଙ୍କୁ ସ୍କଲାରସିପ୍ ବାବଦ ଟଙ୍କା ଦିଆଯାଉଛି ବୋଲି ଦର୍ଶାଯାଉଥିବା ବେଳେ ପ୍ରକୃତରେ କିନ୍ତୁ ତାହା ତାଙ୍କୁ ମିଳୁନାହିଁ । ଯାହା ଫଳରେ ମାନସିକ ସ୍ଥିତି ଜଟିଳ ହୋଇପଡୁଛି । ଷ୍ଟଡିଲୋନରୁ କିଛି ଟଙ୍କା ମିଳିଥିଲେ ମଧ୍ୟ ତାହା ପାଠପଢାକୁ ଜାରି ରଖିବା ପାଇଁ ଯଥେଷ୍ଟ ନୁହେଁ । ତେଣୁ ତାଙ୍କୁ ଅବିଳମ୍ବେ ସ୍କଲାରସିପ୍ ଟଙ୍କା ଯୋଗାଇ ଦେବା ଲାଗି ସେ ଦାବି ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

six − 1 =