ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ : ନିଷ୍ଠାପର ସାଧନା ହିଁ ସଫଳତାର ସୁତ୍ର

0 86

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ଅଗ୍ରୀଣ ଶିକ୍ଷାନୁଷ୍ଠାନ ଈ-ଟେକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଗୁରୁବାର ପୁର୍ବାହ୍ନ ୧୧ଘଟିକା ସମୟରେ କୋଭିଡ-୧୯ ନିୟମ ପାଳନ କରାଯାଇ ଏକ ମେଧାବି ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀର ଡାକ୍ତର ସୁଜାତା ରାଣି ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚଳିତ ବର୍ଷର ବୃତି ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଚଳିତ ବର୍ଷ ଇ-ଟେକ ଉଚ୍ଚ ବିଦ୍ୟାଳୟର ଟପ୍‌ର ହୋଇଥିବା ସୋନାଲି ପ୍ରୀୟଦର୍ଶିନୀ ନାୟକଙ୍କୁ ପଠାଣୀ ସାମନ୍ତ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ଅନୁଷ୍ଠାନର ବାର୍ଷିକ ପରୀକ୍ଷାରେ ଗଣିତ ବିଭାଗରେ ସର୍ବୋଚ୍ଚ ନମ୍ବର ରଖିଥିବା ଦେବସ୍ମିତା ସାମଲଙ୍କୁ ଆର୍ଯ୍ୟଭଟ୍ଟ ପୁରସ୍କାର ପ୍ରଦାନ କରାଯାଇଥିଲା । ଏତଦ୍‌ବ୍ୟତିତ ଦ୍ୱିତୀୟ ଓ ତୃତୀୟ ଟପର ହୋଇଥିବା ଭକ୍ତି ପ୍ରସାଦ ମିଶ୍ର ଏବଂ ରଞନ କୁମାର ବିଶ୍ୱାଳଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ଇ-ଟେକ ମହିଳା ମହାବିଦ୍ୟାଳୟର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ସୋନାଲୀ ନାୟକ, ସୌମ୍ୟାଶ୍ରୀ ସାହୁ ଏବଂ ଲକ୍ଷ୍ମୀପ୍ରୀୟା ସାହୁଙ୍କୁ ସେମାନଙ୍କର ସଫଳତା ପାଇଁ ପୁରସ୍କୃତ କରାଯାଇଥିଲା । ଚଳିତ ବର୍ଷ ଇ-ଟେକ ଏଣ୍ଟ୍ରାରାନ୍ସରେ କୋଚିଙ୍ଗ୍ ନେଇ ୭ଜଣ ଛାତ୍ରଛାତ୍ରୀ ରାଜ୍ୟ ଓ ରାଜ୍ୟ ବାହାରେଥିବା ବିଭିନ୍ନ ସୁନାମଧନ୍ୟ ମେଡିକାଲ କଲେଜରେ ନାମ ଲେଖାଇ ଅନୁଷ୍ଠନାର ସଫଳତାର ଧାରାକୁ ବଜାୟ ରଖିଛନ୍ତି । ଅନୁଷ୍ଠାନର ଛାତ୍ର ଅକ୍ଷୟ କୁମାର ପଣ୍ଡା ୬୫୮ନମ୍ବର ରଖି ସମଗ୍ର ରାଜ୍ୟରେ ୧୫ତମ ସ୍ଥାନ ହାସଲକରି ଅବିଭକ୍ତ ଢେଙ୍କାନାଳ ଜିଲ୍ଲାରେ ପ୍ରଥମ ସ୍ଥାନ ଦଖଲ କରି କଟକ ସ୍ଥିତ ଏସସିବି ମେଡିକାଲ କଲେଜରେ ନାମ ଲେଖାଇଛନ୍ତି । ସେହିପରି ଶାଶ୍ୱତ ପ୍ରସାଦ ରାଉତ୬୪୮ ନମ୍ବର ରଖି ରାଜ୍ୟରେ ୫୯ତମ ସ୍ଥାନରେ ରହି କଟକ ଏସସିବି ମେଡିକାଲ କଲେଜରେ ନାମଲେଖାଇଛନ୍ତି, ଜାଗୃତ ବିଶ୍ୱାଲ ୬୪୭ ନମ୍ବର ରଖି କୋଲକତାର ଏମ୍ସ ମେଡିକାଲରେ ନାମଲେଖାଇଛନ୍ତି । ଦେବେନ୍ଦ୍ର କୁମାର ପୃଷ୍ଟି ୬୧୦ ନମ୍ବର ରଖି ବୁର୍ଲା ମେଡିକାଲ କଲେଜ, ସୋନାଲିକା ପ୍ରଧାନ ୫୯୧ ନମ୍ବର ରଖି ସନ୍ଥଭିମ ଭୋଇ ମେଡିକାଲ କଲେଜ ବଲାଙ୍ଗିର , ସବ୍ୟସାଚୀ ସତିକାନ୍ତ ଜେନା ୫୮୯ ନମ୍ବର ରଖି ଏସସିବି କଟକରେ, ଶୁଭସ୍ମୀତା ରଣବୈଷ୍ଣ୫୨୫ନମ୍ବର ରଖି ବୁର୍ଲା ମେଡିକାଲ କଲେଜରେ ନାମଲେଖାଇ ଇ-ଟେକ କଲେଜକୁ ଗୌରାବନିତ୍ତ୍ୱ କରିଛନ୍ତି । ଏହାସହିତ ଛାତ୍ରୀ ଚିନ୍ମୟୀ ନାଏକ ଏବଂ ଅଦ୍ୟାଶା ପ୍ରିୟଦର୍ଶିନୀ ସାହୁ ଏନଆଇଟି ରାଉରକେଲାରେ ନାମଲେଖାଇଛନ୍ତି । ଇ-ଟେକର ପ୍ରାକ୍ତାନ ଛାତ୍ର ସୋମେଶ ଶୁଭଜିତଙ୍କୁ କରୋନା ଯୋଦ୍ଧା ଭାବରେ ଚଳିତ ବର୍ଷ ଇ-ଟେକ ସମ୍ମାନ ୨୦୨୦ପ୍ରଦାନ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଡାକ୍ତର ମିଶ୍ର ‘ନିଷ୍ଠାପର ଉଦ୍ୟମ ଓ ସାଧନା ଥିଲେ ସଫଳତା ନିଶ୍ଚିତ ମିଳିବ’ ବୋଲି ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଡ଼ ସୁରେଶ ମିଶ୍ର ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ସଫଳତା ପାଇବାର ବିଭିନ୍ନ ପରାମର୍ଶ ମାନ ଦେଇଥିଲେ । ଏହି ଉତ୍ସବରେ ହିନ୍ଦୋଳ ରୋଡ କଲେଜର ଅଧ୍ୟକ୍ଷ ମନୋଜ କୁମାର ରାଉତ, ଇ-ଟେକ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଶାରଦା ପ୍ରସାଦ ମହାନ୍ତି ଛାତ୍ରଛାତ୍ରୀ ମାନଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଅଭିଭାବକ, ଛାତ୍ରଛାତ୍ରୀ,ମାନଙ୍କ ସମେତ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରିମାନେ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

five × two =